ସୁନ୍ଦରଗଡବାସୀଙ୍କୁ ୪ହଜାର ୮ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ, ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର କରିବେ ଶିଳାନ୍ୟାସ

Published By : Prameya-News7 Bureau | February 16, 2021 IST

ସୁନ୍ଦରଗଡ ୧୬।୨: ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ସକାଳ ସାଢ଼େ ୧୧ଟାରେ ପହଞ୍ଚି ବିପିୟୁଟିରେ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବେ । ଏହା ସହିତ ସୁନ୍ଦରଗଡ ଜିଲ୍ଲାର ଗମନାଗମନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସହ କ୍ରୀଡାର ବିକାଶ ପାଇଁ ୪ହଜାର ୮ଶହ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ମୁଖ୍ୟମନ୍ତ୍ରୀ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ । ଏହିସବୁ କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲ ମାଧ୍ୟମରେ ୧୭ ବ୍ଲକରେ ମଧ୍ୟ ଜିଲ୍ଲାବାସୀ ଦେଖିବେ । ଏହି କାର୍ଯ୍ୟକ୍ରମ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁନ୍ଦରଗଡ ଜିଲ୍ଲାରେ ୧୭ମନ୍ତ୍ରୀ ଓ ୪୦ରୁ ଅଧିକ ବିଧାୟକ ଉପସ୍ଥିତ ରହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହିତ ରାଉରକେଲାକୁ ଶକ୍ତ ସୁରକ୍ଷା ବଳୟରେ ରଖାଯାଇଛି। ୩୫ ପ୍ଳାଟୁନ ପୋଲିସ ଫୋର୍ସ ସହ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.