ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ

Published By : Prameya-News7 Bureau | March 01, 2019 IST

ରାଉରକେଲା ୧|୩: ଆଜି ରାଉରକେଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ ଫିଲ୍ଡରେ ହେବାକୁ ଥିବା କାଳିଆ ଯୋଜନା ସମାବେଶରେ ଯୋଗଦେବେ ନବୀନ । ୩୩୬ କୋଟି ୬୧ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୩୦୯ କୋଟି ୭୮ ଲକ୍ଷ ଟଙ୍କାର ୧୯ଟି ପ୍ରକଳ୍ପର କରିବେ ଶିଳାନ୍ୟାସ । ଏହି ସମାବେଶରେ ୧ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡାକଡି କରାଯାଇଛି ।

{"id":89584}

ଶିଳାନ୍ୟାସ କରିବାକୁ ଥିବା ୧୯ଟି ପ୍ରକଳ୍ପ ମଧ୍ୟରୁ କୁଆରମୁଣ୍ଡା ବୀରମିତ୍ରପୁର ଲୋକଙ୍କ ଅନେକ ଦିନର ଦାବି କୋଏଲ ନଦୀର ପ୍ରଧାନପାଲ୍ଲୀ ଘାଟରୁ ଯମୁନା ନାକି ଘାଟ ପର୍ଯ୍ୟନ୍ତ ଏକ ଦୀର୍ଘ ପୋଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":89585}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ବିରୋଧ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି । ୨୦୧୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୩ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଯାଇଛନ୍ତି । କିନ୍ତୁ ସେହି ସବୁ ଶିଳାନ୍ୟାସ ଶିଳାନ୍ୟାସରେ ରହିଯାଇଛି । ଆଉ ଏବେ ଉଦଘାଟନ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଧୂଆଁବାଣ ବୋଲି କହିଛି ରାଉରକେଲା ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.