ଆଜିଠାରୁ ୭ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | June 09, 2019 IST

ଭୁବନେଶ୍ବର ୯|୬: ଆଜିଠାରୁ ୭ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ କାଯ୍ୟ ରହିଛି । ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଆସନ୍ତା  ୧୧ ତାରିଖରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।

ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ, କେନ୍ଦ୍ରୀୟ ବଜେଟ୍ ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍ ଟି ସଂଶୋଧନ ଆଦି ଦାବି ସ୍ମାରକପତ୍ର ଜରିଆରେ ଦୋହରାଇବେ  ନବୀନ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍  ସେବା ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ ତା’ର ପ୍ରଭାବୀ ପ୍ରତିକାର, ଜଳସେଚନ ଓ ପିଇବା ପାଣି ପ୍ରକଳ୍ପ ବାବଦରେ ଅଧିକ ଅନୁଦାନ ପାଇଁ ଦାବି କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ୧୫ ତାରିଖରେ ହେବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ନବୀନ ଯୋଗ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.