ଆଜି ନବବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ

Published By : Prameya-News7 Bureau | February 05, 2019 IST

ଉମରକୋଟ ୫|୧: ଆଜି ଦିନିକିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ୫୫ରେ ଉମରକୋଟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହେଲିକପ୍ଟର ଅବତରଣ ପରେ ଏକ ସାଧାରଣ ସଭାରେ ଯୋଗଦେବେ।

{"id":81975}

ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।  ଏଥିସହ ସ୍କୁଲ ପିଲାମାନଙ୍କୁ ସାଇକେଲ ବଣ୍ଟନ, ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ବାର୍ଦ୍ଧକ୍ୟ ଭତ୍ତା, ଏସଏଚଜିମାନଙ୍କୁ ବୋନୋସ ପ୍ରଦାନ କରିବାର କାର୍ଯ୍ୟକ୍ରମ ଅଛି।

{"id":81976}

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି। ୧୦୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜତି କରାଯାଇଛି। ଡିଆଇଜି  ଏବଂ ଆରକ୍ଷୀ ଅଧିକାରୀ ପୁରା ସୁରକ୍ଷା ଦାୟିତ୍ବର ତଦାରଖ କରିବେ। ନକ୍ସଲଙ୍କ ଗତିବିଧିକୁ ଆଖି ଆଗରେ ରଖି ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ବିଏସଏଫ , ଡିଭିଆର  ଟିମ କୁମ୍ବିଙ୍ଗ ଅପରେସନ ଜାରି ରଖିଥିବା ସୂଚନା ଦେଇଛନ୍ତି ଉମରକୋଟ ଏସଡିପିଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.