ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

Published By : Prameya-News7 Bureau | January 08, 2020 IST

ବାରିପଦା ୮।୧: ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ଜିଲ୍ଲାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । 

{"id":208463,"sizeSlug":"large"}

ଆଜି ସାଢେ ୧୧ଟାରେ ହେଲିକପ୍ଟର ଯୋଗେ ବାଙ୍କିଶୋଳରେ ପହଞ୍ଚି ୫୩କୋଟି ୬୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶୁଭ ଉଦଘାଟନ। ଏଥିରେ ରହିଛି ବାଙ୍କିଶୋଳଠାରେ ନବନିର୍ମିତ ଆଦାନୀ  କିସ୍ ଆବାସିକ ବିଦ୍ୟାଳୟ, ୧୮ଟି ବ୍ଲକର ପାଇପ୍ ଜଳ ଯୋଗାଣ ପ୍ରକଳ୍ପ,ଠାକୁରମୁଣ୍ଡା, କୁସୁମୀ, ଶୁକୁଳି, ସାରସକଣା ଏବଂ ଶୁଳିଆପଦାରେ ୫ଟି ସେତୁ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ସାଇନ୍ସ ବ୍ଲକ, ମୋରଡା ବ୍ଲକର ନବନିର୍ମିତ ଭାଳିଆଶୋଳ ଆଦର୍ଶ ବିଦ୍ୟାଳୟ।

{"id":208464,"sizeSlug":"large"}

ସେହିପରେ ମୁଖ୍ୟମନ୍ତ୍ରୀ ୨୦୦ କୋଟି ୩୦ ଲକ୍ଷରୁ ଅଧିକ  ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.