Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ

5/02/2019 at 8:14 AM

ଜୟପୁର ୫|୨: ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଜୟପୁର ଗସ୍ତ ।  ଗସ୍ତ ସମୟରେ  ତେଲେଙ୍ଗିରି ଜଳ ସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ ନବୀନ । ଏହାସହ ୧୭୦୦ କୋଟି ଟଂକାର ନୂଆ ପ୍ରକଳ୍ପ ପାଇଁ ବି ଶିଳାନ୍ୟାସ କରିବେ  ମୁଖ୍ୟମନ୍ତ୍ରୀ ।

ସେହିପରି ସହରାଂଚଳ ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଘର ପଟ୍ଟା ବି ବଣ୍ଟାଯିବ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଜୋରସୋର ପ୍ରସ୍ତୁତି ଚଳାଇଥିବା ବେଳେ କୋରାପୁଟ ଜିଲ୍ଲାପାଳଙ୍କ ସମେତ କୋରାପୁଟ ଏସପି, ଅନେକ ବିଧାୟକ ଓ ମନ୍ତ୍ରୀ ଜୟପୁରରେ ପହଁଚି ସ୍ଥିତି ତଦାରଖ କରୁଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ୩୦ ହଜାର ବିଜୁ ଯୁବ ବାହିନୀ ସାମିଲ୍ ହେବେ ବୋଲି ଜିଲ୍ଲା ବିଜେଡି ସଭାପତି ସୂଚନା ହେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ  ସଭା ସ୍ଥଳ ଓ ଏୟାରଷ୍ଟ୍ରିପରେ ପୋଲିସର  ମକ୍ ଡ୍ରିଲ ହୋଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ଖେଳିଛି ଜିଲ୍ଲା ଭିତ୍ତିକ ନିଯୁକ୍ତି କାର୍ଡ । ମୁଖ୍ୟମନ୍ତ୍ରୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ତୁରନ୍ତ କରନ୍ତୁ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି କହିଛି ଯୁବ କଂଗ୍ରେସ।

   Related Posts