Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦିଅଁ ଦେଖା କଦଳୀ ବିକା : ଆଗକୁ ପାଟକୁରା ନିର୍ବାଚନ, ବଳଦେବ ଜୀଉଙ୍କୁ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଯିବେ କେନ୍ଦ୍ରାପଡା, ରାଜନୈତିକ ପାଣିପାଗ ସରଗରମ

16/06/2019 at 4:15 PM

କେନ୍ଦ୍ରାପଡା ୧୬|୬: ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନରେ କେନ୍ଦ୍ରାପଡ଼ାରେ ପହଁଚି ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀଜୀଉମାନଙ୍କ ଦର୍ଶନ କରବା ପରେ ନିର୍ବାଚନୀ ପ୍ରଚାରରେ ଗରଦପୁର ବ୍ଲକ ଯାଇ ପାରନ୍ତି । ବର୍ତ୍ତମାନ ସୁଦ୍ଧା ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ ଯୋଗୁଁ ଚଳଚଞ୍ଚଳ ହୋଇଛି ରାଜେନୈତିକ ପାଣିପାଗ।

ସ୍ନାନପୂର୍ଣ୍ଣିମାରେ ତୁଳସୀକ୍ଷେତ୍ରରେ ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନବୀନ କେନ୍ଦ୍ରାପଡାରେ ପହଁଚିବାର କାର୍ଯ୍ୟକ୍ରମ ରହିଛି। ପ୍ରଭୁ ଶ୍ରୀ ବଳଦେବଜୀଉ ମନ୍ଦିରରେ ପହଁଚି ମୁଖ୍ୟମନ୍ତ୍ରୀ ସ୍ନାନବେଦୀର ଶ୍ରୀଜୀଉମାନଙ୍କ ଦର୍ଶନ କରିବେ।ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଡେରାବିଶ ଓ ଗଦରପୁର ବ୍ଲକ୍ ଗସ୍ତରେ ଯାଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପାରନ୍ତି । ତେବେ ଏ ନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଗରଦପୁର ବ୍ଲକ୍ ରେ ହୋଇଥିବା ବିଜେଡିର ପ୍ରସ୍ତୁତି ବୈଠକରୁ ଯାହା ସୂଚନା ମିଳୁଛି, ଶ୍ରୀବଳଦେବଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିପାରନ୍ତି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରାପଡା ଗସ୍ତ ଜିଲ୍ଲାର ରାଜନୈତିକ ବାତାବରଣକୁ ବେଶ୍ ଉଷ୍ମ କରିଦେଇଛି। ପାଟକୁରା ନିର୍ବାଚନ ମଇଦାନରେ ଥିବା ଅନ୍ୟ ଦୁଇ ପ୍ରମୁଖ ରାଜେନୈତକି ଦଳ ଏବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଭିନ୍ନଭିନ୍ନ ମତ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେବ ଦର୍ଶନ କାର୍ଯ୍ୟକ୍ରମକୁ ଜିଲ୍ଳା କଂଗ୍ରେସ୍ ସ୍ବାଗତ କରିଥିଲେ ମଧ୍ୟ ଏହା ଏକ ରାଜେନୈତିକ କାଯ୍ୟକ୍ରମ ବୋଲି କହିଛି । ଅନ୍ୟପକ୍ଷରେ ବିଜେପି କହିଛି ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

ଯେ କୌଣସି ମୁହୂର୍ତ୍ତରେ ବି ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋରେ ସାମିଲ ହୋଇସାରିଥିବା ବେଳେ ଆସନ୍ତାକାଲି ନବୀନ ବିଜେଡି ପ୍ରଚାରର ଶୁଭାରମ୍ଭ କରିପାରନ୍ତି ।

   Related Posts