Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବିଶାଳ ଯୁବ ସମାବେଶରେ ଯୋଗଦବେ ମୁଖ୍ୟମନ୍ତ୍ରୀ

10/02/2019 at 8:53 AM


ଭୁବନେଶ୍ବର ୧୦|୨:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କନ୍ଧମାଳ ଗସ୍ତରେ ଯିବେ । ଫୁଲବାଣୀ ସ୍ଥିତ ଷ୍ଟାଡିୟମରେ ଆୟୋଜିତ ବିଶାଳ ଯୁବ ସମାବେଶରେ ଯୋଗଦବେ ମୁଖ୍ୟମନ୍ତ୍ରୀ । ଏଥତ୍ସହ ୨୩୪ କୋଟ ଟଙ୍କା ବିନିମୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ ।  ଏହି ଯୁବସମାବେଶରେ କନ୍ଧମାଳ ସମେତ ଗଂଜାମ, ଗଜପତି, ବୌଦ୍ଧ, ନୟାଗଡ ଆଦି ୫ଟି ଜିଲ୍ଲାର ୩୦ ହଜାର ଯୁବକ ଯୁବତୀ ଯୋଗଦବେ। । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ କନ୍ଧମାଳ ଗୁଦାରୀ ଠାରେ ଥିବା ଏୟାରଷ୍ଟ୍ରିପରେ ଓହ୍ଲାଇବେ । ସେଠାରୁ କନ୍ଧମାଳ ଷ୍ଟାଡିୟମକୁ ଯାଇ ଅନେକ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ । ପରେ ଆୟୋଜିତ ଆଂଚଳିକ ଯୁବ ସମାବେଶରେ ଉଦବୋଧନ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଫୁଲବାଣୀ ସହର ସମେତ ଷ୍ଟାଡିୟମ ଓ ଆଖପାଖ ଅଂଚଳରେ ସିଆରପିଏଫ, କୋବ୍ରା ବାହିନୀ, ଏସଓଜି, ଡିଭିଏଫ, ଆଂଟି ନକ୍ସଲ ସ୍କ୍ବାର୍ଡ ସମେତ ଜିଲ୍ଲା ପୋଲିସ ପକ୍ଷରୁ ସରକ୍ଷା ବ୍ୟବସ୍ଥା କାଡକଡି କରାଯାଇଛି ।

   Related Posts