Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ

1/03/2019 at 12:28 PM

ଝାରସୁଗୁଡା ୧|୩: ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ ପରେ ହେଲିକପ୍ଟରରେ ବନହରପାଲି ଯିବେ ନବୀନ । ବନହରପାଲିରେ ମୁଖ୍ୟମନ୍ତ୍ରୀ  ୧୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟର ଲୋକାର୍ପଣ କରିବେ । ଏହା ସହିତ ମନୋହରପୁର କୋଇଲା ଖଣିରୁ କୋଇଲା ଉତ୍ତୋଳନକୁ ଉଦ୍ ଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନିଜେ ଝାରସୁଗୁଡ଼ା ଏସପି ତଦରଖ କରୁଥିବା ବେଳେ ତାଙ୍କ ନେତୃତ୍ବରେ ୬ ଜଣ ଡିଏସପି, ଦୁଇ ଜଣ ଅତିରିକ୍ତ ଏସପି, ଅନ୍ୟ ୧୦୦ ଜଣ ଅଫିସର ଓ ୧୧ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଛନ୍ତି ।

   Related Posts