ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଜିଲ୍ଲା ଗସ୍ତ ; ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ
7/02/2019 at 8:21 AM

ମୋହନା ୭|୨: ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭କୋଟି ଟଙ୍କାରେ ନିର୍ମିତ ୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ୧୪କୋଟି ଟଙ୍କାରେ ହେବାକୁ ଥିବା ୯୮ଟି ପ୍ରକଳ୍ପର ଶିଳାନ୍ୟାଶ କରିବେ । ମୋହନା ବ୍ଲକ୍ ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନରେ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରାଙ୍ଗ ମନ୍ଦିର ନିକଟ ପଦ୍ମ ସାଗରରେ ନିର୍ମିତ ବୌଦ୍ଧ ଧର୍ମଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସାରା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ଦିନ ୧୧ରେ ହେଲିକପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ତିବ୍ବତୀୟ ମାନଙ୍କ ଏକ ସଭାରେ ଯୋଗ ଦେବେ ।
Related Posts
ଗୋଟିଏ ଫୋନ୍ କଲ୍, ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା
26 February 2021
ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା
26 February 2021