ଆସନ୍ତାକାଲି ଦିଲ୍ଲୀ ଯିବେ ନବୀନ : ୨୬ରେ ମାଓ ମୁକାବିଲା ବୈଠକ, ଲୋକସେବା ଭବନରେ ହେଲା ସମୀକ୍ଷା

Published By : Prameya-News7 Bureau | August 22, 2019 IST

ଭୁବନେଶ୍ବର ୨୨|୮: ମାଓ ମୁକାବିଲା ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ପୋଲିସ ଡିଜି, ଗୃହ ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ ମାଓ ମୁକାବିଲା ନେଇ ଆସନ୍ତା ୨୬ତାରିଖରେ ନୂଆଦିଲ୍ଲୀଠାରେ ବସିବ ଉଚ୍ଚସ୍ତରୀୟ ବୈଠକ । ଏହି ମାଓ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବୈଠକରେ ଯୋଗଦେବା ଲାଗି ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.