ଆଜି ଦିନିକିଆ ବୌଦ୍ଧ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
18/02/2019 at 8:57 AM

ବୌଦ୍ଧ ୧୮|୨: ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନୀମଣ୍ଡଳୀରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ମୋଟ୍ ୯୭୦ କୋଟି ଟଙ୍କାର ୧୩୦ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ମୁଖ୍ୟମନ୍ତ୍ରୀ ୧୨.୪୫ମିନିଟରେ ବୌଦ୍ଧ କଚେରି ପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେବା ସହ ଜିଲ୍ଳାବାସୀଙ୍କୁ ସମ୍ବୋଧିତ କରିବେ। ବୌଦ୍ଧ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ବୌଦ୍ଧ ସର୍କିଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ୫୦ ମିନିଟର ରହଣି ପରେ ୨.୨୫ ମିନିଟରେ ଭଂଜନଗର ଅଭିମୁଖେ ବାହାରିବେ ବୋଲି ବୌଦ୍ଧ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୩୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।