Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆଜି ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ମିଶନ ଶକ୍ତି ମହାସମାବେଶରେ ଦେବେ ଯୋଗ

30/01/2019 at 8:47 AM

ବାରିପଦା ୩୦|୧:  ଆଜି ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଐତିହାସିକ ଛଉ ପଡ଼ିଆରେ ମିଶନ ଶକ୍ତି ମହାସମାବେଶରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ଆଜି ଦିନ ୧୨ଟା ୨୦ରେ ମୁଖ୍ୟମନ୍ତ୍ରୀ ପୋଲିସ ପଡ଼ିଆରେ ପ୍ରସ୍ତୁତ ହେଲିପ୍ୟାଡ୍ ରେ ଅବତରଣ କରିବା ପରେ ସଭାସ୍ଥଳକୁ ଯିବେ । ପରେ ଗୋଟାଏ ୨୫ରେ ଭୁବନେଶ୍ବର ଫେରିବେ ନବୀନ ।  ଏନେଇ ଦଳୀୟ କାର୍ଯ୍ୟକର୍ତ୍ତ।ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବାରିପଦା ସହର ସାରା ବିଜେଡିର ହୋର୍ଡିଂ ଓ ପୋଷ୍ଟର୍ ।

ଗତ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ସମୟରେ ଯେଉଁଠାରେ ଉଦବୋଧନ ଦେଇଥିଲେ,  ଠିକ୍ ସେହି ସ୍ଥାନରେ ହିଁ ସଭା କରିବେ ନବୀନ । ଏହି ଅବସରରେ ୧୧ଟି ପ୍ରକଳ୍ପର ଉଦଘାଟନ କରିବା ସହ ୬ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ ।  ଆଜି ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କିଛି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦେବେ ନବୀନ । ଆଜିର ସମାବେଶରେ  ପ୍ରାୟ ୫୦ ହଜାରରୁ ଅଧିକ ମହିଳା ଯୋଗଦେବାର ସମ୍ଭାବନା ରହିଛି ।

   Related Posts