ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 21, 2019 IST

ଭୁବନେଶ୍ବର ୨୧|୨: ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ପୂର୍ବାହ୍ନ  ୧୧ଟାରେ ସୋହେଲା ଇଛାପାଲି ଗସ୍ତରେ ଯାଇ ଏକ ଚାଷୀ  ମହାସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଗସ୍ତ ସମୟରେ  ୨ହଜାର ୩୬ କୋଟି ୬୮ ଲକ୍ଷ ଟଙ୍କାର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିବେ ନବୀନ । ସମାବେଶରେ କିଛି ଚାଷୀ ଏବଂ କଳାକାର ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧନା ଜ୍ଞାପନ  କରିବାର କାର୍ଯ୍ୟକ୍ରମ ରହିଛି ।

{"id":87254}

ଏହି  ଅବସରରେ ଖେଦାପାଲି ନିକଟସ୍ଥ ନୂଆ ଡାକ୍ତରଖାନା ସମେତ କିଛି ଗ୍ରୀଡ଼କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ବହୁ ପ୍ରତୀକ୍ଷିତ ଗଙ୍ଗାଧର ବୃହତ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବେ । 

ଚାଷୀ ମହାସମାବେଶରେ କାଳିଆ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହି ପର୍ଯ୍ୟାୟରେ ପାଖାପାଖି ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ  ମିଳିବ କଳିଆ ଟଙ୍କା। ପ୍ରଥମ କିସ୍ତି ବାବଦକୁ ହିତାଧିକାରୀ ପାଇବେ ୫ ହଜାର ଟଙ୍କା । ଏହି ଟଙ୍କା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଖାତାକୁ ଯିବ। ଏଯାଏଁ ୭୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି  ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.