ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତ, ବହୁ ପ୍ରତିକ୍ଷିତ ବ୍ୟାରେଜର କରିବେ ଲୋକାର୍ପଣ

Published By : Prameya-News7 Bureau | January 31, 2020 IST

ଆନନ୍ଦପୁର ୩୧।୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତ । ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବୈତରଣୀ ନଦୀର ଆନନ୍ଦପୁରଠାରେ ନିର୍ମିତ ବହୁ ପ୍ରତିକ୍ଷିତ ଆନନ୍ଦପୁର ବ୍ୟାରେଜ୍ ର ଲୋକାର୍ପଣ କରିବେ । ଏହାସହ ଜିଲ୍ଲାର ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟଜଳ ଯୋଗାଣ ବିଭାଗର ୧୧ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

{"id":218069,"sizeSlug":"large"}

ପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁରର ବହୁ ପୁରାତନ ବଳଭଦ୍ର ପାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଶେଷରେ ଆନନ୍ଦପୁର ମିନି ଷ୍ଟାଡିୟମଠାରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

{"id":218070,"sizeSlug":"large"}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁନେଇ ଆନନ୍ଦପୁରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୁରକ୍ଷାର ସମସ୍ତ ଦାଇତ୍ବ କେନ୍ଦୁଝର ଏସପି ତଦାରଖ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.