Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ ଫୋନି ଅନୁଦାନ ନେଇ ହୋଇପାରେ ଆଲୋଚନା

11/06/2019 at 9:47 AM

ନୂଆଦିଲ୍ଲୀ ୧୧|୬: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିବେ  ନବୀନ । ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ ନେଇ ଆଲୋଚନା କରିପାରନ୍ତି ନବୀନ ।

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମଥର ପାଇଁ ଭେଟୁଛନ୍ତି ନବୀନ । ତେଣୁ ଏହାର ଗୁରୁତ୍ବ ରହିଛି । ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ହେବ କି ନାହିଁ ସେନେଇ ଆଲୋଚନା ହୋଇପାରେ ।

ଏଥର ଲୋକସଭା ଉପବାଚସ୍ପତି ପଦ ବିଜେଡି ପାଇବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ନବୀନ ତାଙ୍କ ଆଭିମୁଖ୍ୟ ଜଣାଇପାରନ୍ତି । ଏହାସହ ବଜେଟ ଅଧିବେଶନରେ ସଂସଦର ଉଭ ଗୃହରେ ବିଭିନ୍ନ ବିଲ୍ ପାରିତ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଆଶ୍ବାସନା ଦେଇପାରନ୍ତି ବୋଲି ଆଶା କରାଯାଉଛି ।

ସେହିପରି କେନ୍ଦ୍ରୀୟ ବଜେଟ୍ ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍ ଟି ସଂଶୋଧନ ପାଇଁ ମଧ୍ୟ ଦାବି ରଖିପାରନ୍ତି ନବୀନ । ପରେ ମଧ୍ୟାହ୍ନ ୧୨ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ନବୀନ ପଟ୍ଟନାୟକ ସୌଜନ୍ୟମୂଳକ ସାକ୍ଷାତ କରିବେ । ଏହାସହ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ନବୀନ ଯୋଗ ଦେବେ ।

   Related Posts