ଆଜି ବାଲେଶ୍ବରରେ ଉଦ୍‌ଘାଟନ ହେବ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ

Published By : Prameya-News7 Bureau | September 03, 2018 IST

ବାଲେଶ୍ବର ୩|୯: ଆଜି ବାଲେଶ୍ବରରେ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଶୁଭ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଗତବର୍ଷ କୋରାପୁଟ ଏବଂ ମୟୁରଭଞ୍ଜରେ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ । ଏବର୍ଷ ଅଗଷ୍ଟ ୩୧ରେ ବଲାଙ୍ଗିରରେ ନୂଆ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରେ ଆଜି ଏହି ଉଦଘାଟିତ ହେବ ଚତୁର୍ଥ ନୂଆ ମେଡିକାଲ କଲେଜ ଏବଂ ହସ୍ପିଟାଲ । ବାଲେଶ୍ବରବାସୀଙ୍କ ଦୀର୍ଘ ଦିନର ଆନ୍ଦୋଳନ, ପ୍ରତୀକ୍ଷାର ଅନ୍ତ ହେବ । ବାଲେଶ୍ବର ରେମୁଣା ଗୋଲାଇ ନିକଟରେ ରହିଛି ଏହି ମେଡିକାଲ କଲେଜ ଓ ହସ୍ପିଟାଲ । ମେଡିକାଲ କଲେଜ ପ୍ରଥମ ବର୍ଷରେ ୯୯ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରେ ୫୬ଜଣ ଛାତ୍ର ଥିବା ବଳେ ୪୩ଜଣ ଛାତ୍ରୀ ଅଛନ୍ତି । ପ୍ରଥମ ବର୍ଷରେ ଆନାଟୋମି , ଫିଜିଓଲୋଜି, ବାଇଓ କେମିଷ୍ଟ୍ରି ଓ କମ୍ୟୁନିଟି ମେଡିସିନ ଆଦି ୪ଟି ବିଭାଗରେ ପାଠ ପଢ଼ାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.