ବରଗଡ ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 21, 2020 IST

ବରଗଡ ୨୧।୧: ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ୧୨୦ କୋଟି ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ବରଗଡ ଭଟଲି ଥାନା ଅନ୍ତର୍ଗତ ତେନ୍ତଲା ଠାରେ ୩୦୦ ଶଯ୍ୟା ବିଶିଷ୍ଟ ବରଗଡ ମୁଖ୍ୟ ଚିକିତ୍ସାଳୟର ଉଦଘାଟନ କରିବେ । ଏହା ବ୍ୟତୀତ ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

{"id":214074,"sizeSlug":"large"}

ଏହି କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ବିଜେପୁର ବିଧାୟକ ରୀତା ସାହୁ, ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂବରିହାଙ୍କ ସମେତ ବରଗଡ ଜିଲ୍ଲାପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.