Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବିଜେପୁରରେ ପ୍ରଚାର ଜୋରଦାର : ଆଜି ଓ ଆସନ୍ତାକାଲି ୨ ଦିନ ଧରି ପ୍ରଚାର କରିବେ ନବୀନ

17/10/2019 at 10:15 AM

ବିଜେପୁର ୧୭।୧୦: ବିଜେପୁରରେ ଆଜି ଘମାଘୋଟ ପ୍ରଚାର । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ପ୍ରଥମେ ବିଜେପୁର ତାପରେ ଅପରାହ୍ନରେ ବରପାଲିରେ ରୋଡ଼ ସୋ କରିବେ ନବୀନ । ଆଜି ଓ ଆସନ୍ତାକାଲି ୨ ଦିନ ଧରି  ପ୍ରଚାର କରିବେ ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ କୁ ସଫଳ କରିବା ପାଇଁ ବିଜେଡିର ବରିଷ୍ଠ ନେତାମାନେ ଲାଗିପଡିଛନ୍ତି । ଗାଁ ଗାଁ ବୁଲି ପ୍ରଚାର କରିବା ସହ କର୍ମୀ ସମ୍ମିଳନୀ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ୪୩ ସ୍ଥାନରେ ପଥପ୍ରାନ୍ତ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ରୋଡ଼ ସୋ କୁ ଟକ୍କର ଦେବାପାଇଁ  ବିରୋଧୀ ଯୋଜନା କରିଛନ୍ତି ।

ଆଜି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ବରଗଡ଼ ବାସୀଙ୍କ ଉପରେ କିଛି ପ୍ରକାଇବ ନାହି ବୋଲି ବିଜେପି ଯୁକ୍ତି ବଢିଛି ।

ସେହିପରି କଂଗ୍ରେସ ବି ପୁରା ଦମ ଲଗାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ୧୯ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବ । ବିଜେଡି ସମ୍ମାନ ବଞ୍ଚାଇବା ପାଇଁ ତ ବିଜେପି ସ୍ୱାଭିମାନ ଆଉ କଂଗ୍ରେସ ନିଜର ସ୍ଥିତି ଜାହିର କରିବା ଲାଗି ନିଜ ନିଜର ଦମ ଲଗାଇଛନ୍ତି ।

   Related Posts