Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

କାଲି ସରିବ ପାଟକୁରା ନିର୍ବାଚନ ପାଇଁ ପ୍ରଚା, ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

17/07/2019 at 9:29 AM

କେନ୍ଦ୍ରାପଡା ୧୭|୭: ପାଟକୁରା ପାଇଁ ହାତରେ ଆଉ ମାତ୍ର ତିନି ଦିନ । ଆସନ୍ତାକାଲି ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ଏଥିପାଇଁ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଲାଗିପଡିଛନ୍ତି ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ । ସଭା, ସମାବେଶ, ରୋଡ ସୋ ଏବଂ ଘରକୁ ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।

ଆଜି ପାଟକୁରାରେ ସୁପର ସୋ କରିବେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର କରିବେ । ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ କରି ସାବିତ୍ରୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ୯.୨୦ରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରି କେନ୍ଦ୍ରାପଡା ବାରିମୁଳ ହେଲିପ୍ୟାଡରେ ୯ଟା ୫୦ରେ ପହଞ୍ଚିବେ । ୧୦ଟାରୁ ଦିନ ୧୨ଟା ୪୫ ପର୍ଯ୍ୟନ୍ତ ହାଇଟେକ ବସରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ରୋଡ ସୋ’ ବେଳେ ଚାନ୍ଦୋଳ ଠାରେ ଜନ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଦିନ ୨ଟା ୧୫ ଠାରୁ ୫ଟା ୧୫ ଯାଏଁ ଗରଦପୁର ବ୍ଲକ ସମେତ ପାଟକୁରାର କିଛି ପଞ୍ଚାୟତରେ ରୋଡ ସୋ’ କରିବେ ନବୀନ । ପୁଣି ୫ଟା ୩୦ରୁ ମାର୍ଶାଘାଇ ବ୍ଲକରେ ପ୍ରଚାର କରି କରିଲୋପାଟଣା ହାଟ ପର୍ଯ୍ୟନ୍ତ ରୋଡ ସୋ’ରେ ଆସିବେ ସୁପ୍ରିମୋ । ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

   Related Posts