ନୂଆଦିଲ୍ଲୀରେ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ ; ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ କରିବେ ରୋଡ୍ ସୋ’

Published By : Prameya-News7 Bureau | September 12, 2018 IST

ନୂଆଦିଲ୍ଲୀ ୧୨|୯: ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କ କସରତ । ଆଜିଠୁ ନୂଆଦିଲ୍ଲୀରେ ନିବେଶକ ସମ୍ମିଳନୀ ଏବଂ ରୋଡ୍ ସୋ’ ଆରମ୍ଭ ହେବ । ଏଥିପାଇଁ ଗତକାଲିଠୁ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀଠାରେ ବିଭିନ୍ନ ରାଷ୍ଟ୍ରର ବାଣିଜ୍ୟ ଏବଂ ଦୂତାବାସ ପ୍ରତିନିଧିଙ୍କୁ ଭେଟିଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ଏହା ପୂର୍ବରୁ ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ନବୀନ । ସେଠାରେ ମୁକେଶ ଅମ୍ବାନୀ, ଆନନ୍ଦ ମହିନ୍ଦ୍ରା, ଆଦି ଗୋଦରେଜ୍, ଦୀପକ ମେହେଟା ଆଦି ଶିଳ୍ପପତିଙ୍କ ସହ ଓଡିଶାରେ ପୁଞ୍ଜି ନିବେଶ କରିବାକୁ ଆଲୋଚନା ହୋଇଥିଲା । ଦିଲ୍ଲୀରେ ମଧ୍ୟ ସେଭଳି କିଛି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଇମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ୍ ସୋ’ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ କୁ ସକସେସ୍ କରିବା ଏବଂ ଓଡିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବାକୁ ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ଦେଶରେ ବି ରୋଡ୍ ସୋ’ ଆୟୋଜନ କରିସାରିଛି ଶିଳ୍ପ ବିଭାଗ । ବିଶେଷକରି ପ୍ଲାଷ୍ଟିକ, ବୟନଶିଳ୍ପ, ଫୁଡ୍ ପ୍ରୋସେସିଙ୍ଗ, ମାନୁଫ୍ୟାକ୍ଚରିଙ୍ଗ ଆଦି ଶିଳ୍ପରେ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଏଭଳି ଆୟୋଜନ ହେଉଛି । ଆସନ୍ତା ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.