ରାୟଗଡାରେ କେନ୍ଦ୍ରକୁ କଡା ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : ରାୟଗଡାରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ରାୟଗଡାର ଗୁଣୁପୁର ଏବଂ ବିଷମ କଟକରେ  ପ୍ରଚାର ବେଳେ ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ । ଗୁଣପୁର ବସନ୍ତ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ କହିବା ସହ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । କେନ୍ଦ୍ର ଅବହେଳା ସହ ବିପର୍ଯ୍ୟୟ ସମୟରେ ସହାୟତା ଦେଇନଥିବା କେନ୍ଦ୍ର ସରକାର ଭୋଟ୍ ଆସିଲେ କେବଳ ଓଡିଶାକୁ ଆସନ୍ତି ବୋଲି ସେ କହିଛନ୍ତି । 

ଏହା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିବେ ବୋଲି  ନିଜ ପ୍ରତିଶ୍ରୁତି ଦୋହରାଇଛନ୍ତି ନବୀନ ।  ଏହି ଅବସରରେ ଗୁଣପୁର ବିଧାନସଭା ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଓ କୋରାପୁଟ ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ସଭାରେ ଆଜି କଂଗ୍ରେସ ବିଜେପିର ବହୁ ଛାମୁଆ ନେତା ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅବତରଣ କରିବା ପରେ କଡା ସୁରକ୍ଷା ମଧ୍ୟରେ ଏକ ବାଇକ୍ ଶୋଭାଯାତ୍ରାରେ ରୋଡ ସୋରେ ସହର ପରିକ୍ରମା କରି ମଞ୍ଚକୁ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.