ଭଲ କାମ କଲେ ଆଗୁଆ ପଦୋନ୍ନତି ମିଳିବ : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 14, 2019 IST

ଭୁବନେଶ୍ବର ୧୪।୯: ଭଲ କାମ କଲେ ଆଗୁଆ ପଦୋନ୍ନତି ମିଳିବ । ‘ମୋ ସରକାର’ କାର୍ଯ୍ୟକ୍ରମରେ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ କଥା ହୋଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ମିଳୁଥିବା ସେବା ବାବଦରେ ପଚାରିବୁଝିଛନ୍ତି ନବୀନ ପଟ୍ଟନାୟକ ଲୋକଙ୍କୁ କିଭଳି ତ୍ବରିତ ନ୍ୟାୟ ମିଳିପାରିବ, ପୋଲିସ ଲୋକଙ୍କୁ କିଭଳି ସେବା ଯୋଗାଉଛି ସେନେଇ ମୁଖ୍ୟମନ୍ତ୍ରୀ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଥାନାରେ କିଭଳି ୫-ଟି କାର୍ଯ୍ୟକାରୀ ହୋଇପାରିବ ସେ ସଂପର୍କରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି ଓ ପୋଲିସ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

‘୫-ଟି’ କୁ ଭିତ୍ତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଦାୟିତ୍ୱସଂପନ୍ନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହା ଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ ଏବଂ ଲୋକଙ୍କ ସହ ପ୍ରଶାସନର ସଂପର୍କକୁ ମଜଭୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.