ମୁଖ୍ୟମନ୍ତ୍ରୀଙ୍କ ମାନବିକତା: ଆମ୍ବୁଲାନ୍ସକୁ ବାଟ ଛାଡିଲେ, ରାସ୍ତାକଡରେ ଅଟକିଗଲା ନବୀନଙ୍କ କାରକେଡ

Published By : Prameya-News7 Bureau | March 02, 2020 IST

ଭୁବନେଶ୍ୱର ୨।୩:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟମୁଖ୍ୟ ଭାବେ ପୁଣି ଥରେ ରାଜ୍ୟବାସୀଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି। ରବିବାର ସନ୍ଧ୍ୟାରେ ରାଜଧାନୀର ଏକ ବ୍ୟସ୍ତ ବହୁଳ ଟ୍ରାଫିକ୍‌ରେ ନିଜ ଗାଡିକୁ ଅଟକାଇ ଆମ୍ବୁଲାନ୍ସକୁ ଆଗ ଯିବାକୁ ରାସ୍ତା ଦେଇଛନ୍ତି। ଟ୍ରାଫିକ୍‌ ସିସିଟିଭି କ୍ୟାମେରାରେ ରେକର୍ଡ ଏହି ଦୃଶ୍ୟରେ ଆମ୍ବୁଲାନ୍ସ ସାଇରନ ବଜାଇ ରାସ୍ତା ପାର କରୁଥିବା ବେଳେ ନବୀନଙ୍କୁ ସ୍ୱଭାବ ସୁଲଭ ଶାନ୍ତ ଭାବରେ ଅପେକ୍ଷା କରି ରହିଥିବାର ଦେଖାଯାଇଛି। ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

{"id":231561,"width":580,"height":381,"sizeSlug":"large"}

ରାଜ୍ୟ ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ସର୍ବଦା ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ତେବେ ରବିବାର ସନ୍ଧ୍ୟାର ଏହି ଘଟଣା ନବୀନ ଯାହା କହନ୍ତି ତା କାର୍ଯ୍ୟରେ ବି କରନ୍ତି ପୁଣି ଥରେ ପ୍ରମାଣିତ କରିଛି। ରବିବାର ସନ୍ଧ୍ୟା ସମୟ ପ୍ରାୟ ୭ଟା ୪୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରୁ ନବୀନ ନିବାସ ଫେରୁଥିବା ରାସ୍ତାରେ ଏହି ଘଟଣା ଘଟିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାରକେଡ କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ଫେରୁଥିବା ବେଳେ ଏସ୍କର୍ଟ ଗାଡିଟି ଟ୍ରାଫିକ୍ ପାର ହୋଇଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡିସହ କାରକେଡ୍ ଆଗେଇବାକୁ ଯାଉଥିବା ବେଳେ ଆମ୍ବୁଲାନ୍ସକୁ ଦେଖି ଅଟକି ଯାଇଥିଲା। ସେଠାରେ ମୁତୟନ ଟ୍ରାଫିକ କର୍ମଚାରୀ ଆମ୍ବୁଲାନ୍ସର ମାର୍ଗ ପ୍ରଶସ୍ତ କରିଦେଇଥିଲେ। ଯାହା ମାନବିକତା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଉଦାରତାକୁ ପୁଣି ଥରେ ପ୍ରମାଣିତ କରିଛି।

{"id":231562,"sizeSlug":"large"}

ନିକଟରେ ଆମ୍ବୁଲାନ୍ସ ଭିଡରେ ଫଶିବା ଯୋଗୁ ଏକ ଶିଶୁର ମୃତ୍ୟୁ ହୋଇଥିଲା। ଘଟଣା ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। କମିଶନରେଟ ପୋଲିସ ଏଥିଲାଗି ଆଡଭାଇଜରୀ ଜାରି କରି ବାମ ପଟ ରାସ୍ତାକୁ ଆମ୍ବୁଲାନ୍ସ ନିମନ୍ତେ ଖାଲି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରବିବାର ସାରା ରାଜ୍ୟରେ ସଂଶୋଧିତ ଟ୍ରାଫିକ୍ ଆଇନ ଲାଗୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଇନରେ ମାନବିକ ମୂଲ୍ୟବୋଧର ଉଦାହରଣ ସୃଷ୍ଟି କରିଛନ୍ତି।

{"id":231563,"width":581,"height":427,"sizeSlug":"large"}

ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡି ପୂର୍ବରୁ ମଧ୍ୟ ରାସ୍ତାରେ ଅଟକି ଆମ୍ବୁଲାନ୍ସକୁ ରାସ୍ତା ଦେବାର ଅନେକ ନଜିର ରହିଛି। ଏଥିରୁ ରାଜଧାନୀ ରାଜରାସ୍ତାରେ ଆମ୍ବୁଲାନ୍ସ ଓ ଧନଜୀବନ ରକ୍ଷାକାରୀ ବ୍ୟବସ୍ଥାପ୍ରତି ଲୋକେ ସମ୍ବେଦନ ହେବେ ବୋଲି ଆଶା କରାଯାଉଛି।  

wp:core-embed/youtube {"url":"https://www.youtube.com/watch?v=0POOVPXDTyY","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=0POOVPXDTyY
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.