Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ପାଟକୁରାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବିଭିନ୍ନ ସ୍ଥାନରେ ରୋଡ୍ ସୋ

17/07/2019 at 10:52 AM

କେନ୍ଦ୍ରାପଡା ୧୭|୭: ପାଟକୁରା ପାଇଁ ହାତରେ ଆଉ ମାତ୍ର ତିନି ଦିନ । ଆସନ୍ତାକାଲି ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ଏଥିପାଇଁ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଲାଗିପଡିଛନ୍ତି ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ । ସଭା, ସମାବେଶ, ରୋଡ ସୋ ଏବଂ ଘରକୁ ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।

ଆଜି ପାଟକୁରାରେ ସୁପର ସୋ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ  ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରି ସାବିତ୍ରୀଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ ।  କେନ୍ଦ୍ରାପଡା ବାରିମୁଳ ହେଲିପ୍ୟାଡରେ ପହଞ୍ଚିବା ପରେ, ଦିନ ୧୨ଟା ୪୫ ପର୍ଯ୍ୟନ୍ତ ହାଇଟେକ ବସରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ରୋଡ ସୋ’ ବେଳେ ଚାନ୍ଦୋଳ ଠାରେ ଜନ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଦିନ ୨ଟା ୧୫ ଠାରୁ ୫ଟା ୧୫ ଯାଏଁ ଗରଦପୁର ବ୍ଲକ ସମେତ ପାଟକୁରାର କିଛି ପଞ୍ଚାୟତରେ ରୋଡ୍ ସୋ’ କରିବେ ନବୀନ । ପୁଣି ୫ଟା ୩୦ରୁ ମାର୍ଶାଘାଇ ବ୍ଲକରେ ପ୍ରଚାର କରି କରିଲୋପାଟଣା ହାଟ ପର୍ଯ୍ୟନ୍ତ ରୋଡ ସୋ’ରେ ଆସିବେ ସୁପ୍ରିମୋ । ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

   Related Posts