ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କଲେ ‘ଓଡିଶା-ମୋ ପରିବାର’ ଯୋଜନା : ଜାଣନ୍ତୁ କ'ଣ ରହିଛି ଏଥିରେ

Published By : Prameya-News7 Bureau | October 25, 2019 IST

ଭୁବନେଶ୍ବର ୨୫|୧୦: ବିଜୁ ଜନତା ଦଳ ପକ୍ଷରୁ ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ନେଇ ଘୋଷଣା କରିଛନ୍ତି । ଗତ ଅକ୍ଟୋବର ୨ ତାରିଖରେ ଦଳର ପଦଯାତ୍ରା (ଗାନ୍ଧି ଜୟନ୍ତୀ) ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସମାଜ ସେବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶେଷ କରି ପରିବେଶ, ସ୍ବାସ୍ଥ୍ୟ ସେବା କଲ୍ୟାଣ ଓ ସହାୟତା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶୀର୍ବାଦରେ ଓଡିଶା ମା’ର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ବାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି । ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ପାଇଁ ଦାବି ହୋଇଥିଲା । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ । ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି ବୋଲି ନବୀନ କହିଛନ୍ତି ।

ଏହି ନେଇ ବିଜେଡି କର୍ମୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ଏ ଦିଗରେ ଲୋକଙ୍କୁ ସଚେତନ କରାଇବେ । ସେହିଭଳି ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ସଫଳତାର ସହ ଚାଲିଛି । ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.