ପୋଲିସର ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ପଦବୀକୁ ମିଳିଲା ମଞ୍ଜୁରୀ, ଶିଶୁ ଓ ମହିଳାଙ୍କୁ ଦେବ ସୁରକ୍ଷା

Published By : Prameya-News7 Bureau | January 25, 2021 IST

ଭୁବନେଶ୍ବର ୨୫।୧: ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ ରୋକିବାକୁ ସ୍ବତନ୍ତ୍ର ଶାଖା । ଏଥିରେ ୬୨ଟି ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଛନ୍ତି । ସେମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ କିଭଳି ରୋକାଯାଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ ।

ତେବେ ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର୍ ଫୋରେନସିକ୍ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି । ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ । ଏଥିରେ ଦୁଇ ଜଣ ଅତିରିକ୍ତ ଏସପି, ୧୦ ଜଣ ଡ଼ିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଓ ୧୪ ଜଣ କନେଷ୍ଟବଳ, ୫ଜଣ ମନ୍ତ୍ରୀଙ୍କ କର୍ମଚାରୀ ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.