Pokରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ସେନାକୁ ସଲାମି ଜଣାଇଲେ ନବୀନ

Published By : Prameya-News7 Bureau | February 26, 2019 IST

ଭୁବନେଶ୍ୱର ୨୬/୨ : ଆଜି ଭୋର ୩ଟା ୩୦ ମିନିଟରେ ଭାରତୀୟ ବାୟୁସେନା ପାକିସ୍ତାନ ନିୟନ୍ତ୍ରଣ ରେଖା ପାରି କରି ମୁଜାଫରପୁର ଵାଲାକୋଟ ଅଂଚଳରେ ଜୈସ ଆତଙ୍କୀ ସଂଗଠନର ଅନେକ କ୍ୟାମ୍ପ ଧ୍ବଂସ କରିଛି | ଭାରତର ଆକ୍ରମଣ ପାଇଁ ଭାରତୀୟ ବାୟୁସେନାକୁ ଦେଶବାସୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି | ସବୁ ଦଳର ନେତା ଭାରତୀୟ ବାୟୁସେନାଙ୍କୁ ସଲାମି ଦେଇଛନ୍ତି | ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାର ଏହି ଆକ୍ରମଣ ପାଇଁ ସଲାମ କରିଛନ୍ତି | ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛନ୍ତି ନବୀନ |

wp:quote

Salute the #IndianAirForce for pre-dawn air strikes on terror camps in defence of our Nation. #JaiHind— Naveen Patnaik (@Naveen_Odisha) February 26, 2019

/wp:quote

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଡକାଯାଇଛି | ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବେ | ଜୈସ ଆଉ ଏକ ବଡ ଧରଣର ଆକ୍ରମଣ ଯୋଜନା ପ୍ରସ୍ତୁତ କରିଥିଲା | ତା ପୂର୍ବରୁ ଭାରତୀୟ ସେନା ଜୈସର ମେରୁଦଣ୍ଡ ଭାଙ୍ଗି ଦେଇଛି | ଭାରତ ପାକିସ୍ତାନ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି | ଅପରପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଚ୍ଚ ସ୍ଥରୀୟ ଜରୁରୀ ବୈଠକ ଡାକିଛନ୍ତି | ପାକିସ୍ତାନର ଏଫ-୧୬ ବିମାନ ଭାରତୀୟ ସେନାକୁ ପ୍ରତିରୋଧ କରିବା ପାଇଁ ଉଦ୍ୟମ କରିଥିଲା | କିନ୍ତୁ ଭାରତୀୟ ବାୟୁସେନାର ମୀରାଜ ୨୦୦୦ ବିମାନର ଆକ୍ରମଣରେ ବିଫଳ ହୋଇ ଫେରି ଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.