ନିର୍ବାଚନରେ ଭଲ ରେଜଲ୍ଟ କରିବୁ : ନବୀନ

Published By : Prameya-News7 Bureau | April 09, 2019 IST

କଳାହାଣ୍ଡି ୯|୪ : ଆଜି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ନିର୍ବାବନୀ ପ୍ରଚାର । ଆଜି ରୋଡ୍ ସୋ କରି ଭୋଟରଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଚାରର ଶେଷଦିନରେ ଭୋଟରଙ୍କୁ ଆକୃଷ୍ଠ କରିବାକୁ ସବୁ ଦଳ ଚଳାଇଛନ୍ତି ଜୋରଦାର ପ୍ରୟାସ । ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନବୀନ ଆଜି କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଦର୍ଶନ କରିଛନ୍ତି ନବୀନ । ମା ମାଣିକେଶ୍ବରୀଙ୍କୁ ଦର୍ଶନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଚଳିତ ନିର୍ବାଚନରେ ତାଙ୍କ ଦଳ ଭଲ ରେଜଲ୍ଟ କରିବ । ବିଜେଡି ପ୍ରତି ଲୋକଙ୍କ ସମର୍ଥନ ରହିଛି । ଆଗକୁ କଳାହାଣ୍ଡିରେ ଉନ୍ନତିମୂଳକ କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାପରେ ହେଲିକପ୍ଟର ଯୋଗେ ଯାଇ ଲାଞ୍ଜିଗଡରେ ଆୟୋଜିତ ସଭାରେ ଯୋଗଦେଇଛନ୍ତି ନବୀନ । ଏହାସହ ନର୍ଲା ଓ ଜୟପାଟଣାରେ ମଧ୍ୟ ପ୍ରଚାର କରିବେ ବିଜେଡି ସୁପ୍ରିମୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.