କେନ୍ଦ୍ରାପଡାରେ ରାତ୍ରିଯାପନ ପରେ ରୋଡ୍ ସୋ’ ଆରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | April 27, 2019 IST

କେନ୍ଦ୍ରାପଡା ୨୭|୪: ପ୍ରଚାରର ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଗୋଟାଇବାରେ ଲାଗିପଡିଛନ୍ତି ସବୁ ଦଳର ହେଭିଓ୍ବେଟ୍ । ଶେଷ ମୁହୂର୍ତ୍ତରେ ସବୁ ଜୋର ଲଗାଇଦେଇଛନ୍ତି ପ୍ରମୁଖ ଦଳର । କେନ୍ଦ୍ରାପଡାରେ ରାତ୍ରିଯାପନ ପରେ ସକାଳୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":107860}

ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକାରେ ପ୍ରଚାର କରିବେ ନବୀନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ସାଧାରଣ ସଭା ଓ ରୋଡ୍ ସୋ’ କରି ଭୋଟ୍ ମାଗିବେ । ଗତକାଲି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଥିଲେ ନବୀନ । କହିଥିଲେ ଓଡ଼ିଶାର ସ୍ବାର୍ଥ ନୁହେଁ, ବିଜେପି ପାଇଁ ମୂଲ୍ୟବାନ ଓଡିଶାବାସୀଙ୍କ ଭୋଟ୍ । ନିର୍ବାଚନ ବେଳେ ଭୋଟ୍ ମାଗିବା ପାଇଁ ୧୦ଥର ପ୍ରଧାନମନ୍ତ୍ରୀ ଆସିଲେଣି, କିନ୍ତୁ ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ଥରେ ହେଲେ ଓଡ଼ିଶା ଆସିନଥିଲେ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.