Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବିଜେପୁର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ନବୀନ ବିଜେପୁର ଆସନ ଛାଡିବା ସଂକେତ ଦେଉଛି କି ?

30/05/2019 at 1:39 PM

ଭୁବନେଶ୍ବର ୩୦|୫:  ସଚିବାଳୟରେ ବିଜେପୁରର ବିକାଶର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ସଚ୍ପଟ୍ଟନାୟକ ।ଶପଥଗ୍ରହଣର ଦ୍ବିତୀୟ ଦିନରେ ହିଁ ସେ ବିଜେପୁର କଥା ଚିନ୍ତା କରିଛନ୍ତି । ଏହା ପଛରେ

କଣ କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ନବୀନ ହିଞ୍ଜିଳି ଓ ବିଜେପୁର ଉଭୟ ଆସନରୁ ବିଜୟୀ ହୋଇଥିବାରୁ ଘୋଟିଏ ଆସନ ଛାଡିବା ପାଇଁ ବାଧ୍ୟ । ନବୀନ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଆଜି ବିଜେପୁରର ଉନ୍ନୟନ କାର୍ଯ୍ୟ ସମୀକ୍ଷା ପାଇଁ ସଚ୍ଚିବାଳୟରେ ବୈଠକ ପଛର କାରଣ କଣ ତାକୁ ନେଇ ଚାଲିଛି ତର୍ଜମା । ସମ୍ଭବତଃ ନବୀନ ବିଜେପୁର ଆସନ ଛାଡିବାକୁ ମନସ୍ତ କରିଛନ୍ତି । କିନ୍ତୁ ବିଜେପୁର ଆସନ ଛାଡି ପଶ୍ଚିମ ଓଡିଶା ବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁଁ ନାହାନ୍ତି । ସେଥିପାଇଁ ବିଜେପୁରର ବିକାଶ ଓ ଉନ୍ନୟନକୁ ଅଧିକ ଗୁରୁତ୍ବ ଦେଉଥିବା ବାର୍ତ୍ତା ଦେବା ଲାଗି ୫ମ ପାଳିର ଦ୍ବିତୀୟ ଦିନରେ ସେ ବିଜେପୁରର ବିକାଶ ସମୀକ୍ଷା କରୁଥିବା କୁହାଯାଉଛି ।  

ନବୀନ ପଟ୍ଟନାୟକ ଚଳିତ ଥର ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଦୁଇଟି ଆସନ ମଧ୍ୟରୁ କେଉଁ ଆସନ ଛାଡିବେ ଓ କେଉଁ ଆସନ ରଖିବେ ସେ ନେଇ ଦ୍ବନ୍ଦ୍ବରେ ରହିଥିଲେ ନବୀନ । ତେବେ ନବୀନ ବିଜେପୁର ଆସନଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ଗୋଟିଏ ବିଧାନସଭା ଆସନ ଛାଡିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବାରୁ କାହାକୁ ରଖିବେ କାହାକୁ ଛାଡିବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି ନବୀନଙ୍କ ନିଷ୍ପତ୍ତି ଉପରେ ।

ହିଞ୍ଜିଳି ନବୀନଙ୍କୁ କେବେ ହରାଇ ନାହିଁ । ହିଞ୍ଜିଳିରୁ ହିଁ ଅଭିଯାନ ଆରମ୍ଭ କରି ଏକଦା କଂଗ୍ରେସର ଗଡ ଥିବା ଦକ୍ଷିଣ ଓଡିଶାକୁ ନବୀନ ବିଜେଡି ଗଡରେ ପରିଣତ କରିଛନ୍ତି ।

ଯଦି ନବୀନ ବିଜେପୁର ସିଟ୍ ଛାଡନ୍ତି ତାହାଲେ ସେଠାରେ ରୀତା ସାହୁଙ୍କୁ ଛାଡିବେ ମୈଦାନକୁ ନା ନୂଆ ଚେହେରା ଉତାରିବେ ତାକୁ ନେଇ ବି ସସପେନ୍ସ ଜାରି ରହିଛି ।

   Related Posts