Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରଠାରୁ ଓଡିଶା ଆହୁରି ୬ହଜାର ୪ଶହ କୋଟି ପାଇବାକୁ ବାକି ଅଛି

28/01/2019 at 12:55 PM

ନୂଆଦିଲ୍ଲୀ ୨୮|୧:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଠାରେ ଅବସ୍ଥାପିତ ଓଡିଶା ସରକାରଙ୍କ ଆବାସିକ ସଚିବଙ୍କ ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ରାଜ୍ୟ ପାଇବାକୁ ଥିବା ପାଣ୍ଠି ସଂପର୍କରେ ଆଲୋଚନା କରିଥିଲେ । ସମୀକ୍ଷାରୁ ଜଣାପଡିଛି ଯେ ୨୦୧୮-୧୯ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଗୋଟିଏ ମାସ ବାକିଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦକୁ ଓଡିଶା ଏହି ଆର୍ଥିକ ବର୍ଷର ଆହୁରି ୬ହଜାର ୪ଶହ କୋଟି ଟଙ୍କା ପାଇବାକୁ ଅଛି । ଏଥି ମଧ୍ୟରେ ରହିଛି ଗୃହ ନିର୍ମାଣ ବାବଦକୁ ହଜାରେ କୋଟି ସ୍ବାସ୍ଥ୍ୟ କ୍ଷେତ୍ରରେ ୩୭୫ କୋଟି, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏନଆରଇଜିଏସ) ବାବଦକୁ ୪ଶହ କୋଟି, କୃଷି କ୍ଷେତ୍ରରେ ୬୫୦ କୋଟି ଟଙ୍କା ପାଇବାକୁ ଅଛି । ସମୀକ୍ଷାରୁ ଏହା ମଧ୍ୟ ଜଣାପଡିଛି ଯେ ରାଜ୍ୟ ସରକାର ପାନୀୟ ଜଳ କ୍ଷେତ୍ରରେ ୩ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କେନ୍ଦ୍ର ଏଥିପାଇଁ ମାତ୍ର ୧୮୦କୋଟି ଦେବାପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏ ବାବଦକୁ ଅଦ୍ୟାବଧି ମାତ୍ର ୮୦କୋଟି ଟଙ୍କା କେବଳ କେନ୍ଦ୍ର ପ୍ରଦାନ କରିଛି । ସ୍ମାର୍ଟ ସିଟିରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ପାଇବାକୁ ଥିବାବେଳେ କେନ୍ଦ୍ର ଦେଇଛି ମାତ୍ର ୬କୋଟି ।

   Related Posts