ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ଅନୁରୋଧ କଲେ ନବୀନ

Published By : Prameya-News7 Bureau | April 30, 2019 IST

ଭୁବନେଶ୍ବର ୩୦|୪: ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ସାମୁଦ୍ରିକ ବାତ୍ୟା ‘ଫନି’ର ପ୍ରଭାବକୁ ନେଇ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିଛନ୍ତି ନବୀନ । ପାଟକୁରା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ଉପରେ ‘ଫନି’ର ପ୍ରଭାବର ଆଶଙ୍କା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି । ଓଡିସାରେ ନିର୍ବାଚନ ଆଚରଣ ବିଧି ହଟାଇବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଆଚରଣ ବିଧି ହଟିଲେ କାମ କରିବାକୁ ସହଜ ହେବ ବୋଲି ନବୀନ କହିଛନ୍ତି ।

ଅନ୍ୟପଟେ ପରିସ୍ଥିତିକୁ ଗୁରୁତର ସହ ନେବା ପାଇଁ କହିଛନ୍ତି ନିର୍ବାଚନ କମିଶନ । ଅନ୍ୟପଟେ ନବୀନ କହିଛନ୍ତି ପାଟକୁରା ନିର୍ବାଚନରେ ବିଜେଡି ବିଜୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.