Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

କୃଷି ଋଣ ଛାଡ୍ ନେଇ ନବୀନ କହିଲେ କରାଯାଉଛି ଅନୁଧ୍ୟାନ

19/12/2018 at 2:04 PM

ଭୁବନେଶ୍ବର ୧୯|୧୨: କୃଷି ଋଣ ଛାଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କୃଷି ଋଣ ଛାଡ ନେଇ ବିଜେପି ଓ କଂଗ୍ରେସ ଦାବି କରୁଛନ୍ତି । ସରକାରକୁ ଆସିଲେ ସେମାନେ କୃଷି ଋଣ ଛାଡି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଥିଲେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବ।

ରାଜନୀତିରେ ଚାଷୀ ଓ ଚାଷ ଏବେ ମୁଖ୍ୟ ପ୍ରସଙ୍ଗ । ତିନି ରାଜ୍ୟର ସେମି ଫାଇନାଲରେ ସଫଳ ହେବା ପରେ କଂଗ୍ରେସ ଚାଷୀ ଋଣଛାଡକୁ ମୁଖ୍ୟ ପ୍ରସଙ୍ଗ କରିଛି । ଶାସନକୁ ଆସିଲେ କଂଗ୍ରେସ ସାରା ଦେଶରେ କୃଷିଋଣ ଛାଡ କରିବ ବୋଲି ଘୋଷଣା କରିଛନ୍ତି ରାହୁଲ ଗାନ୍ଧି । ଏପଟେ ଆଞ୍ଚଳିକ ଦଳମାନେ ବି ସେହି ରାସ୍ତାରେ ଯାଉଛନ୍ତି । ରାଜ୍ୟରେ ଚାଷ, ଚାଷୀ ଓ କୃଷି ରଣ ଛାଡକୁ ନେଇ ବି ଯୋର ଧରିଛି ରାଜନୀତି । ଶାସନକୁ ଆସିଲେ କୃଷି ରଣ ଛାଡ କରାଯିବ ବୋଲି ଉଭୟ କଂଗ୍ରେସ  ଓ ବିଜେପି  ଘୋଷଣା କଲେଣି ।

୧୯ ନିର୍ବାଚନର ମୁଖ୍ୟ ମୁଦ୍ଦା ହେବାକୁ ଯାଉଛନ୍ତି ଚାଷୀ। କୃଷି ଋଣ ଛାଡ ହିଁ ରାଜନୀତର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି। ଚାଷୀଙ୍କ ଭୋଟ୍ ହାତେଇବାକୁ ସବୁ ରାଜନୈତିକ ଦଳ କୃଷି ଋଣ ଛାଡ଼ ସପକ୍ଷରେ ଯୁକ୍ତି ବାଢିଲେଣି। ତିନି ରାଜ୍ୟରେ ଏହି ଫର୍ମୁଲାରେ ପାସ କରିବା ପରେ ସାରା ଦେଶରେ ଋଣ ଛାଡ ନେଇ ଗ୍ୟାରେଣ୍ଟି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସତେ ଯେମିତି ସେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ହିଁ କେବଳ କୃଷି ଋଣ ଛାଡ଼କରିପାରିବ। କେନ୍ଦ୍ର ସରକାର ବି ଏହି କୃଷିଋଣ ଛାଡ଼ କରିବା ଚାପରେ ।

ରାଜ୍ୟ ରାଜନୀତି ବି ଉଠୁଛି ପଡୁଛି । ରାହୁଲଙ୍କ ଠାରୁ ଜୋର ପାଇ କଂଗ୍ରେସ ବି ରାଜ୍ୟରେ ଶାସନକୁ ଆସିଲେ କୃଷି ରଣ ଛାଡ କରିବ ବୋଲି ଘୋଷଣା କରିଛି । ବିଜେଡି ଏମଏସପି ଦାବିରେ ଆଠ ତାରିଖରେ ସଂସଦ ଘେରାଉ କରିବାକୁ ଡାକରା ଦେଇଛି । ସେପଟେ ଅଭାବୀ ଧାନ ବିକ୍ରି, ଧାନ ମଣ୍ଡିରେ ଅବ୍ୟବସ୍ଥା , ଏମସିପି ଠିକ ଭାବେ ଚାଷୀ ନପାଇବା ଆଦିକୁ ପ୍ରସଙ୍ଗ କରି ୭ ତାରିଖ ଯାଏଁ ରାଜ୍ୟର ୪ ହଜାର ୩ ଶହ ୮୧ ମଣ୍ଡିରେ ବି କ୍ଷୋଭ ଓ ପ୍ରତିବାଦ କରିବ ବିଜେପି । ଏହାସହ  ୮ ତାରିଖରେ ନବୀନ ନିବାସ ଓ ସଚିବାଳୟ ଘେରାଉ କରିବ ବିଜେପି।

ଏନଡିଏ କ୍ଷମତାରେ ଥିବାବେଳେ ୨୦୦୪ରେ ଚାଷୀ ଓ ଚାଷ କଥା କହି ରଣ ଛାଡ ପ୍ରତିଶୃତି ଦେଇ ଶାସନକୁ ଆସିଥିଲା କଂଗ୍ରେସ ନେତୃତ୍ବରେ ୟୁପିଏ ସରକାର । ପରେ ପୁଣି ୨୦୦୯ରେ କୃଷିଋଣ ଛାଡ଼ କରି କ୍ଷମତାକୁ ଫେରିଥିଲେ ମନମୋହନ ସିଂହ। ତେଣୁ କୃଷି ଋଣ ଏବେ  ରାଜନୀତିର ମୁଖ୍ୟ ପ୍ରସଙ୍ଗ ହୋଇଛି ।

କଂଗ୍ରେସ ପରେ ଏବେ ରାଜ୍ୟ ବିଜେପି ବି ଚାଷୀଙ୍କୁ ଋଣଛାଡ ନେଇ ପ୍ରତିଶ୍ରୁତି ଦେଇଛି । ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରାଯିବ ବେ।ଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ସେପଟେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦେ।ଳନକୁ ଓହ୍ଲାଇଛି ବିଜେପି । ଗତକାଲିଠୁ ଦଳ ଆରମ୍ଭ କରିଛି ମଣ୍ଡିଚାଲ ଅଭିଯାନ ।  ରାଜ୍ୟର ୪ହଜାରରୁଅଧିକ ମଣ୍ଡି ଆଗରେ ବିକ୍ଷେ।ଭ କରୁଛି ବିଜେପି କିଶାନ ମେ।ର୍ଚ୍ଚା  । ସେପଟେ କୃଷି ଋଣ ଛାଡ, ଅଧିକ ଶୀତଳଭଣ୍ଡାର ପ୍ରତିଷ୍ଠା ଦାବିରେ ଜାନୁୟାରୀ ୮ରେ ସଚିବାଳୟ ଘେରାଉ କରିବ ଦଳ । ସେହିଦିନ ଚାଷୀଙ୍କ ପାଇଁ ବିଜେଡି ଦିଲ୍ଲୀରେ ଗର୍ଜନ କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ଶହ ୩୦ଟଙ୍କା କରିବା ଏବଂ ସ୍ବାମୀନାଥନ କମିଶନଙ୍କ ସୁପାରିଶ ଲାଗୁ ଦାବିରେ ଦଳ ଉଭୟ ସଂସଦ  ଭିତରେ ଓ ବାହାରେ ପ୍ରତିବାଦ କରିବ । ଠିକ୍ ସେହିଦିନ ବିଜେପି ଏପଟେ ରାଜ୍ୟ ସଚ୍ଚିବାଳୟ ଘେରୁଥିବାରୁ ଏହାକୁ ରାଜନୈତିକ ଅଭିସନ୍ଧି ବୋଲି ଅଭିଯୋଗ କରିଛି ବିଜେଡି।

   Related Posts