ପାଟକୁରାରେ ବିଜୟ ପରେ ଟ୍ବିଟ୍ କରି ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ, ବିଜେପି କହିଲା ଯେମିତି ଫିଲ୍ଡ ମ୍ୟାନେଜ କରିଥିଲା ବିଜେଡି ବିଜୟ ବ୍ୟବଧାନ ଅଧିକ ହେବାକଥା

Published By : Prameya-News7 Bureau | July 24, 2019 IST

ଭୁବନେଶ୍ବର ୨୪|୭: ପାଟକୁରାରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍  ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ  ୧୭, ୯୨୦ ଭୋଟ୍ ରେ ହରାଇ ବିଜୟୀ ହୋଇଛନ୍ତି ।  ୧୯  ରାଉଣ୍ଡ ମଧ୍ୟରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମାତ୍ର ୨ ଟି ରାଉଣ୍ଡରେ ହିଁ ଆଗୁଆ ରହିଥିଲେ । ବାକି ସମସ୍ତ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଆଗ୍ରୱାଲ୍ ହିଁ ଆଗୁଆ ରହିଥିଲେ ।

{"id":136902}

ପାଟକୁରାରେ ବି ବାଜିଲା ଶଙ୍ଖ । ପୁଣି ସେଲିବ୍ରେସନରେ ମାତିଲେ ବିଜେଡି କର୍ମୀ। କଡ଼ା ଟକ୍କର କ୍ୟାମ୍ପେନିଂ ସତ୍ତ୍ବେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପଛେଇ ଯାଇଛନ୍ତି। ପାଟକୁରା ନିର୍ବାଚନ ପାଇଁ ଆଜି ସକାଳୁ ଆରମ୍ଭ ହୋଇଥିଲା ଭୋଟ ଗଣତି ପ୍ରଥମେ ପୋଷ୍ଟାଲ ଭୋଟିଂ ଗଣତି ହୋଇଥିଲା ଆଉ ପ୍ରଥମରୁ ହିଁ ବିଜେଡି ଆଗକୁ ମାଡ଼ିଚାଲିଥିଲେ ବିଜେଡିର ସାବିତ୍ରୀ ଅଗ୍ରୱାଲା। ଚର୍ଚ୍ଚା ହେଲା ଏବେ ଡେରାବିଶ୍‌ ଚାଲିଛି ଗରଦପୁର ମାର୍ଶାଘାଇରେ କ୍ଷତିଭରଣା କରିବେ ବିଜୟ। କିନ୍ତୁ ବ୍ୟବଧାନ ବଢ଼ିଚାଲିଥିଲା। ଶେଷରେ ୧୭ ହଜାର ୯୨୦ ଭୋଟରେ ବିଜୟଙ୍କ ହରାଇ ବିଜୟୀ ହୋଇଥିଲେ ସାବିତ୍ରୀ ଅଗ୍ରୱାଲ।

{"id":136780}

ଭୋଟ ଗଣତି କେନ୍ଦ୍ରଠାରୁ ପାଟକୁରା ଏବଂ ଡେରାବିଶରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ। ବିଜେଡି ପ୍ରାର୍ଥୀ ସାବିତ୍ରୀ  ଅଗ୍ରୱାଲ୍  ୯୬ ହଜାର ୧୭ ଖଣ୍ଡ ଭୋଟ୍  ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୭୮ ହଜାର ୯୭ ଖଣ୍ଟ ଭୋଟ୍ ପାଇଥିଲେ। ଆଉ କଂଗ୍ରେସ ପ୍ରାର୍ଥୀ ୨ ହଜାର ୧୦୪ ଖଣ୍ଡ ଭୋଟ୍ ପାଇଥିଲେ । ଆଉ ବିଜେଡିର ପୁଣି ପାଟକୁରା ଦଖଲକୁ ନେଇ କର୍ମୀ ସେଲିବ୍ରେସନ ମନାଇଥିଲେ।

{"id":136900}

୧୮ ରାଉଣ୍ଡ ଗଣତି ପାଇଁ ନିର୍ଦ୍ଧାରଣ କରାଯାଇଥିବା ବେଳେ ଗୋଟିଏ ଇଭିଏମ କାମ ନକରିବାରୁ ଏହାକୁ ମିଶାଇ ୧୯ ପର୍ଯ୍ୟାୟର କାଉଣ୍ଟିଂ କରାଯାଇଥିଲା। ଏଥିରେ ମାତ୍ର ଦୁଇଟି ପର୍ଯ୍ୟାୟରେ ବିଜେପି ଆଗକୁ ଯାଇଥିଲା। କିନ୍ତୁ ବାକି ପର୍ଯ୍ୟାୟରେ ବିଜେଡି ଯେତିକି ଆଗେଇ ଚାଲିଥିଲା ସେ ତୁଳନାରେ ବିଜେପିର କ୍ଷତିଭରଣା ନଗଣ୍ୟ ଥିଲା। ବିଜୟକୁ ନେଇ ବିଜେଡି କହିଛି ଏମପି ଇଲେକ୍ସନ ଠାରୁ ପାଟକୁରାରେ ଭୋଟ ବ୍ୟବଧାନ ତିନିଗୁଣା ହୋଇଛି । ଆଉ ବିଜେପି କହିଛି ବିଜେଡି ଯେଉଁଭଳି ଫିଲ୍ଡ ମ୍ୟାନେଜ କରୁଥିଲା ବ୍ୟବଧାନ ଆହୁରି ବଢ଼ିବାର ଥିଲା।

{"id":136901}

ଏହି ବିଜୟ ପରେ ଟ୍ବିଟ କରି ପାଟକୁରା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପାଟକୁରା ସରିଲା ଏବେ ଅଙ୍କକଷା ଆରମ୍ଭ ହେବ ବିଜେପୁର ପାଇଁ।

wp:core-embed/twitter {"url":"https://twitter.com/Naveen_Odisha/status/1153954478535561216","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1153954478535561216
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.