ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଗତକାଲି ଚାଷୀଙ୍କ ସହ ମିଶି ବିଲରେ ଧାନ ରୋଇଥିଲେ ବିଜୟ ଅମୃତା

Published By : Prameya-News7 Bureau | July 30, 2019 IST

ଭୁବନେଶ୍ବର ୩୦|୭: ଗଞ୍ଜାମ ଜିଲ୍ଲପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚାଷୀଙ୍କ ସହ ମିଶି ଧାନ ରୋଇବା ଓ ଧାଡିରୁଆର ଉପାଦେୟତା ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ଜିଲ୍ଲାପାଳଙ୍କ ଉତ୍ସର୍ଗୀକୃତ ସେବାର ପରିଚୟ ବୋଲି ନବୀନ କହିଛନ୍ତି । ଲୋକଙ୍କ ନିକଟତର ହୋଇ ସେମାନଙ୍କ ସୁବିଧା ପାଇଁ ସମର୍ପଣ ଭାବ ନେଇ କାମ କରୁଥିବାରୁ ଜିଲ୍ଲାପାଳଙ୍କୁ ମୋର ସାଧୁବାଦ ବୋଲି ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

{"id":138954}

ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଖଲ୍ଲିକୋଟ୍ ବ୍ଳକ୍ ମଥୁରା ପଞ୍ଚାୟତର ଭରଷା ଗ୍ରାମରେ ପହଞ୍ଚି ଧାଡି ରୁଆ ଚାଲିଥିବାବେଳେ ସେଠାରେ ପହଞ୍ଚିଥିଲେ । ଚାଷୀମାନଙ୍କ ସହ କଥା ହେବା ସହ ଚାଷୀଙ୍କୁ ଧାଡି ରୁଆ ସମ୍ପର୍କରେ ସଚେତନ କରିଥିଲେ । ଏହାପରେ ନିଜେ ଜିଲ୍ଲାପାଳ ବିଲ ମଧ୍ୟକୁ ଓହ୍ଲାଇଥିଲେ । ଆଉ ଚାଷୀଙ୍କ ସହ ନିଜେ ମଧ୍ୟ ଧାନ ରୋଇଥିଲେ । ଜିଲ୍ଲାପାଳ ଧାନବିଲରେ ଧାନ ରୋଇବା ଜିଲ୍ଲାର ସମସ୍ତ କୃଷକଙ୍କୁ ଉତ୍ସାହିତ କରିଥିଲା ।

{"id":138957}

ସଂପୃକ୍ତ ଅଞ୍ଚଳରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ୍ ଦ୍ବାରା ୫୦ ହଜାର ହେକ୍ଟର ଜମିକୁ ଧାଡି ରୁଆ ପାଇଁ ସରକାର ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଧାନ ରୋଉଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.