ଦାମଙ୍କ ଘରେ ନବୀନ, ଧର୍ମେନ୍ଦ୍ର, ବୈଜୟନ୍ତ ଓ କେଭି ; ସ୍ନେହଲତାଙ୍କୁ କଲେ ଶେଷଦର୍ଶନ
21/03/2019 at 12:11 PM

ଭୁବନେଶ୍ବର ୨୧|୩ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ତଥା ବିଜେଡି ସାଧାରଣ ସଂପାଦକ ସମ୍ବିତ ରାଉତଙ୍କ ମାଆ ସ୍ନେହଲତା ମହାପାତ୍ରଙ୍କ ପରଲୋକ ହୋଇଛି । ତାଙ୍କ ଶେଷ ଦର୍ଶନ ପାଇଁ ଡାକ୍ତର ରାଉତଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ପହଞ୍ଚିଥିଲେ । ନବୀନ ସ୍ନେହଲତାଙ୍କ ପାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ସ୍ନେହଲତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ସ୍ନେହଲତାଙ୍କ ମରଶରୀର ଦାମବାବୁଙ୍କ ନିଜ ଗାଁକୁ ନେବାପରେ ସେଠାରୁ ସ୍ବର୍ଗଦ୍ବାର ନେଇ ଶେଷକୃତ୍ୟ କରାଯିବ । ସ୍ନେହଲତାଙ୍କ ମରଶରୀର ନିକଟରେ ତାଙ୍କ ପୁତ୍ର ସମ୍ବିତ ରାଉତ, ପୁତ୍ରବଧୂ, କନ୍ୟା ପ୍ରୀତିନନ୍ଦା ରାଉତରାୟ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା ।