Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘କରୋନା ମୁକାବିଲାରେ ଆମେ ଆଗରେ, ରାଜ୍ୟରେ ପଜିଟିଭ୍ ସଂଖ୍ୟା କମିଛି, ତଥାପି ଆମକୁ ଆହୁରି ସାବଧାନ ଓ ସତର୍କ ରହିବାକୁ ହେବ’ : ସଂକ୍ରମଣ ରୋକିବାକୁ ଶପଥ ନେବା ଲାଗି ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

20/10/2020 at 4:26 PM

ଭୁବନେଶ୍ୱର, ୨୦।୧୦:  ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ଏହାସହ କରୋନାକୁ ନେଇ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ଦୁର୍ଗାପୂଜା ଓ ଦଶହରାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୭ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏଥିପାଇଁ ରାଜ୍ୟବାସୀ ଅନେକ କଷ୍ଟ ହୋଇଛି । ପିଲା ଓ ବୟସ୍କମାନଙ୍କୁ ଘରେ ରହିବାକୁ ପଡୁଛି । ପିଲା ଓ ବୟସ୍କମାନେ ଘରେ ରହିବା ଦ୍ୱାରା  କରୋନା ମୁକାବିଲା ଠିକ୍ ଭାବେ ଲଢିପାରିବା । ତେବେ ଏହି ତ୍ୟାଗ ବୃଥା ଯାଇ ନାହିଁ । ଏଥିରେ ରାଜ୍ୟର ସମସ୍ତଙ୍କ ସହଯୋଗ ରହିଛି । ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ, ମାସ୍କ ପିନ୍ଧିବା ସହ ହାତ ମଧ୍ୟ ଧୋଉଛନ୍ତି । କିନ୍ତୁ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି । ସେମାନେ ପରିସ୍ଥିତିକୁ ବୁଝିବା ଦରକାର । ଗତ ୧୫ ଦିନ ହେଲା ରାଜ୍ୟରେ କରୋନା କେସ୍ କମିଛି । ସେପ୍ଟେମ୍ବର ୨୬ରେ ରାଜ୍ୟରେ ପଜିଟିଭ୍ କେସ ୪ ହଜାରରୁ ଅଧିକ ଥିବା ବେଳେ ଏବେ ଏହା ୨ ହଜାର ତଳକୁ ଆସିଛି । ପଜିଟିଭିଟି ରେଟ୍ ମଧ୍ୟ କମିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,ପୂର୍ବରୁ ଗଞ୍ଜାମ କରୋନାର ହଟସ୍ପଟ୍ ଥିଲା । ଏବେ ଗଞ୍ଜାମ ଓ ଗଜପତିରେ କରୋନା ମାମଲା କମିଛି  । ଏହି ଦୁଇ ଜିଲ୍ଲା ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି । ଲୋକଙ୍କ ସହଯୋଗ ଓ କୋଭିଡ୍ ୟୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର ଆବଶ୍ୟକତା ନାହିଁ । ତେଣୁ ଆମକୁ ମେଡିସିନ ଓ ଭାକସିନ୍ ଆସିବା ଯାଏଁ ସାବଧାନ ରହିବାକୁ ପଡିବ । ୟୁକେ, ଫ୍ରାନ୍ସ ଓ ସ୍ପେନ ଆଦି ଦେଶରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହାରିଥିଲେ । ପରେ କିଛି ସମୟ ପାଇଁ ସଂକ୍ରମଣ କମିଥିଲା । ଏବେ ସେଠାରେ ସଂକ୍ରମଣ ବଢିଛି । ଯାହା ପୂର୍ବଠାରୁ ଅଧିକ ଭୟଙ୍କର । ସେମାନେ ପୁଣି ଲକଡାଉନ୍ ଓ ସଟଡାଉନକୁ ଫେରିଲେଣି । ଫ୍ରାନ୍ସରେ ଅଗଷ୍ଟ ୩୧ରେ ୩ ହଜାର ପଜିଟିଭ୍ କେସ୍ ଥିବା ବେଳେ ଅକ୍ଟୋବର ୧୦ରେ ୨୬ ହଜାରରୁ ଅଧିକ ହୋଇଗଲା । ଭାରତ ଏବେ ଆମେରିକା ପରେ ସଂକ୍ରମଣରେ ଦୁଇ ନମ୍ବରରେ ପହଁଚିଛି  । କେରଳରେ କରୋନା ନିୟନ୍ତ୍ରଣରେ ଥିବା ବେଳେ ଓନାମ ପର୍ବ ପରେ ପୁଣି ମାମଲା ୩ଗୁଣ ବଢିଛି ।ଶୀତ ଋତୁରେ କରୋନା ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ପୂଜା ସମୟରେ  ଘରେ ରହିବାକୁ, ଭିଡ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଘରେ ରହିବାକୁ କହିଛନ୍ତି । ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ନବୀନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଣି ମାମଲା ବଢିଲେ ଆମେ ହଇରାଣ ହେବା । ସାବଧାନ ରହିଲେ ସଂକ୍ରମଣ ବଢିବ ନାହିଁ । ସଂକ୍ରମଣ ଯେପରି ନବଢିବ ସେଥିପାଇଁ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

   Related Posts