ନୂଆବର୍ଷ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1/01/2019 at 9:34 AM

ଭୁବନେଶ୍ବର ୦୧|୦୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ନୂଆ ବର୍ଷ ରାଜ୍ୟବାସୀଙ୍କ ପାଇଁ ସୁଖ ସାମୃଦ୍ଧ୍ୟ କାମନା କରିଛନ୍ତି ନବୀନ । ସେପଟେ ଆଜି ଜଗନ୍ନାଥଙ୍କୁ ଦର୍ଶନ କରି ୨୦୧୯ ନୂଆବର୍ଷ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ରାଜନୈତିକ ଦିଗରୁ ୨୦୧୯ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ । କାରଣ ଆଗକୁ ରହିଛି ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ।