ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହେବ ସାକ୍ଷାତ

Published By : Prameya-News7 Bureau | June 14, 2019 IST

ନୂଆଦିଲ୍ଲୀ ୧୪|୬: ଆଜି ନବୀନ-ଧର୍ମେନ୍ଦ୍ର ଭେଟଘାଟ ।  ଦିଲ୍ଲୀର ଓଡିଶା ଭବନରେ ଦୁଇ ନେତାଙ୍କ ଭିତରେ ହେବ ସାକ୍ଷାତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ହେବ ସାକ୍ଷାତ ଆଲୋଚନା । ଏନେଇ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ବି ଖବରକୁ ନେଇ ଦିଲ୍ଲୀରୁ ଭୁବନେଶ୍ବର ସବୁଠି ଚର୍ଚ୍ଚା । ପେଟ୍ରୋଲିୟମ ଓ ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡିଶା ଏବେ ସାରା ଦେଶରେ ହବ୍ ପାଲଟିବାକୁ ଯାଉଛି । ଧର୍ମେନ୍ଦ୍ର ପ୍ରଧାନ ଏହି ବିଭାଗର ମନ୍ତ୍ରୀ ହୋଇଥିବାରୁ ଏହି ସେକ୍ଟରରେ ରାଜ୍ୟରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ କିଭଳି ଶେଷ ହେବ ଓ ନୂଆ ପ୍ରକଳ୍ପ ଆରମ୍ଭ ହେବ ସେନେଇ ଦୁଇ ନେତାଙ୍କ ଭିତରେ ଆଲୋଚନା ହେବ ବୋଲି କୁହାଯାଉଛି । ପୂର୍ବରୁ ଭୋଟ୍ ଆଗରୁ ଉଭୟଙ୍କ ଭିତରେ ଚାଲିଥିଲା ତୁ ତୁ ମେ ମେ । ତେଣୁ ଆଜିର ବୈଠକରେ ଦୁଇ ନେତାଙ୍କ ଭିତରେ କେବଳ ରାଜ୍ୟ କଥା ନା ରାଜନୀତି କଥା ଉଠିବ ତାକୁ ନେଇ ଆକଳନ ଆରମ୍ଭ ହେଲାଣି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.