ବିଜେପୁର ଉପନିର୍ବାଚନରେ ବିଜୟୀ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରୀତା ସାହୁ
25/10/2019 at 2:01 PM

ଭୁବନେଶ୍ବର ୨୫।୧୦: ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବାପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୀତା ସାହୁ । ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସନତ ଗଡତିଆଙ୍କଠାରୁ ୯୭ହଜାର ୯୯୪ ଭୋଟ୍ ବ୍ୟବଧାନରେ ବାଜି ମାରିନେଇଛନ୍ତି ରୀତା ।
ବିଜେଡିକୁ ମୋଟ୍ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୩୭ହଜାର ୯୬୭ଖଣ୍ଡ ଭୋଟ୍ । ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୫ହଜାର ୮୭୩ ଖଣ୍ଡ ଭୋଟ୍ ।
ଗତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଟ୍ ୧ଲକ୍ଷ ୧୦ହଜାର ୬୦୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ୫୭ହଜାର ୧୨୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ସନତ ଗଡତିଆଙ୍କୁ ମାତ୍ ଦେଇଥିଲେ । ଏଥର ରୀତା ସାହୁ ଏହାକୁ ଟପି ଯାଇଛନ୍ତି । ସର୍ବାଧିକ ଭୋଟ୍ ପାଇବା ସହ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ।