Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ, ଫୋନି ସଂପର୍କରେ କଲେ ଆଲୋଚନା

11/06/2019 at 2:03 PM

ନୂଆଦିଲ୍ଲୀ ୧୧|୬: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ପଞ୍ଚମପାଳିରେ ମୁଖ୍ୟମନ୍ତ୍ରୀ ହେବା ପରେ ରାଷ୍ଟ୍ରପତିଙ୍କୁ ଏହା ଥିଲା ତାଙ୍କର ପ୍ରଥମ ସାକ୍ଷାତ। ସାକ୍ଷାତ ପରେ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା। ତେବେ ଫୋନି ସଂପର୍କରେ ସେ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି।

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ ।  ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ  ଭେଟିଥିଲେ ।ମୋଦିଙ୍କୁ ବିଜୟ ଅବସରରେ ଶୁଭେଚ୍ଛା ଜଣାଇଥିଲେ ନବୀନ । ଏହାସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ଆଲୋଚନା କରିଛନ୍ତି ନବୀନ । ଫୋନି ପାଇଁ ୫ ହଜାର ୨୨୭ କୋଟି ୬୮ ଲକ୍ଷ ସହାୟତା ଓ ୫ ଲକ୍ଷ ପକ୍କା ଘର ଯୋଗାଇବାକୁ ଦାବି ରଖିଛନ୍ତି । କୋଇଲା ରୟାଲଟି ନେଇ ମଧ୍ୟ ଆଲୋଚନା ହୋଇଛି ।

ତେବେ ଲୋକସଭାର ଉପ ବାଚସ୍ପତି ଓ ଆୟୁଷ୍ମାନ ଯୋଜନା ନେଇ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ନବୀନ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମଥର ପାଇଁ ଭେଟିଛନ୍ତି ନବୀନ ।

   Related Posts