ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ, ଫୋନି ପାଇଁ ୫ହଜାର ୨୨୮କୋଟିର ସହାୟତା ଦାବି

Published By : Prameya-News7 Bureau | June 11, 2019 IST

ନୂଆଦିଲ୍ଲୀ ୧୧|୬: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି ନବୀନ । ମୋଦିଙ୍କୁ ବିଜୟ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ଏହାସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ନେଇ ଆଲୋଚନା କରିଛନ୍ତି ନବୀନ । ଫୋନି ପାଇଁ ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର ଯୋଗାଇବାକୁ ଦାବି ରଖିଛନ୍ତି । କୋଇଲା ରୟାଲଟି ନେଇ ମଧ୍ୟ ଆଲୋଚନା ହୋଇଛି ।

ତେବେ ଲୋକସଭାର ଉପ ବାଚସ୍ପତି ଓ ଆୟୁଷ୍ମାନ ଯୋଜନା ନେଇ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ନବୀନ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମଥର ପାଇଁ ଭେଟିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.