ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

Published By : Prameya-News7 Bureau | March 17, 2019 IST

ଭୁବନେଶ୍ବର ୧୭|୩ : ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାର ଲେଖକ, ବୁଦ୍ଧିଜୀବୀଙ୍କ ସହ କିଛି ଦଳୀୟ କର୍ମୀ ଭେଟିଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି । ପଶ୍ଚିମ ଓଡିଶାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି ତେଣୁ ପଶ୍ଚିମ ଓଡିଶାର ଯେକୌଣସି ସିଟ୍ ରୁ ନିର୍ବାଚନ ଲଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅନୁରୋଧ କରିଛନ୍ତି । ତେବେ ପଶ୍ଚିମ ଓଡିଶାରୁ ଲଢିବା ପ୍ରସ୍ତାବକୁ ବିଚାର କରୁଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ତେବେ ଏନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ ।

ପ୍ରତିଦିନ ରାଜ୍ୟ ରାଜନୀତି ଧିରେ ଧିରେ ଗୋଳିଆ ହେବାରେ ଲାଗିଛି । ତେବେ କିଏ କେତେବେଳେ କେଉଁ ଦଳ ଛାଡୁଛନ୍ତି ତ କିଏ କେତେବେଳେ କେଉଁ ଦଳରେ ଯୋଗଦେଉଛନ୍ତି ତାହା କହିବା ମଧ୍ୟ ଏକ ପ୍ରକାର ମୁସ୍କିଲ ହୋଇଯାଉଛି । ତେବେ ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଖୁବ୍ ଜୋର ଧରିଲାଣି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ନିର୍ବାଚନ ଲଢି ବିଜୟ ହୋଇଆସୁଛନ୍ତି ନବୀନ । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ପଶ୍ଚିମ ଓଡିଶାକୁ ଶାସକ ଓ ବିରୋଧୀ ଫୋକସରେ ରଖିଛନ୍ତି । ସେଥିପାଇଁ ଖୋଦ୍ ବିଜେଡି ସୁପ୍ରିମୋଙ୍କୁ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି ନେତାଏ । ତେବେ ଏ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ଯେ, ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ନା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.