ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 17, 2019 IST

ବାରଙ୍ଗ ୧୭|୨:  ଓଡିଶା କ୍ୟାନସର୍ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ନିକଟରେ ପ୍ରସ୍ତାବିତ ଟାଟା ମେମୋରିଆଲ କର୍କଟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଟାଟ ଗ୍ରୁପ୍ ମୁଖ୍ୟ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଟାଟା ଟ୍ରଷ୍ଟ ସହାୟତାରେ ନିର୍ମାଣ ହେବ ହସ୍ପିଟାଲ । ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେଇଛନ୍ତି । ପ୍ରକଳ୍ପ ପାଇଁ ୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ୫ ବର୍ଷ ଭିତରେ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ ରଖାଯାଇଛି ।

{"id":85974}

ଶିଳାନ୍ୟାସ ଅବସରରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାନସରର ଚିକିତ୍ସା ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବାରମ୍ବାର ଅଭିଯୋଗ ଆସୁଥିଲା । ଏହି ହସ୍ପିଟାଲ ନିର୍ମାଣ ହେବା ପରେ ରାଜ୍ୟବାସୀ ସମସ୍ତ ସୁବିଧା ପାଇପାରିବେ । କ୍ୟାନସର ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ।

{"id":85975}

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.