ଏସ୍‌ସିବି ମେଡିକାଲ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | March 05, 2020 IST

କଟକ ୫।୩: ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । କଟକ ବାଲିଯାତ୍ରା ପଡିଆରେ ପହଞ୍ଚି ଏସସିବି ମେଡିକାଲର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଠାରେ ଆୟୋଜିତ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।

{"id":233155,"sizeSlug":"large"}

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ‘ସାଢେ ୪ କୋଟି ଓଡିଆଙ୍କ ପାଖରେ ମୁଁ ଋଣୀ । କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର । ବିଜୁବାବୁଙ୍କ ଜନ୍ମ କଟକରେ । ଜନତାଙ୍କ ସହଯୋଗ ଯୋଗୁଁ ଆମେ ୨୦ ବର୍ଷ ଧରି ସେବା କରିପାରିଛୁ । ଏସସିବିରେ ଲୋକଙ୍କୁ ବିଶ୍ବସ୍ତରୀୟ ସେବା ଯୋଗାଇବା ଆମର ଲକ୍ଷ୍ୟ ରହିଛି। ବିଜୁବାବୁଙ୍କ ଜନ୍ମଦିନରେ ଏସସିବିର ସଂପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

{"id":233156,"sizeSlug":"large"}

ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଆଜି ସକାଳୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିଧାନସଭା ପରିସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସିଧା କଟକ ଗସ୍ତ କରିଥିଲେ ନବୀନ । କଟକ କିଲ୍ଲା ପଡିଆରେ ପହଞ୍ଚିବା ପରେ ବାରବାଟୀ ଷ୍ଟାଡିୟମକୁ ଯାଇଥିଲେ । ସେଠାରେ ରାଜ୍ୟସ୍ତରୀୟ ଆଦିବାସୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ଫୁଟବଲ ଖେଳାଳୀ ବାଇଚୁଙ୍ଗ ଭୂତିଆଙ୍କୁ ସମ୍ମାନିତ କରିଛନ୍ତି ନବୀନ ।

{"id":233157,"sizeSlug":"large"}

ଏହାପରେ ତଳ ବାଲିଯାତ୍ରା ପଡିଆରେ ପହଞ୍ଚି ଏସସିବି ମେଡିକାଲର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଠାରେ ଆୟୋଜିତ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ଜୟନ୍ତୀ ଅବସରରେ ସଂଧ୍ୟାରେ 'ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ' ବଣ୍ଟାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.