Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନିର୍ବାଚନ ପୂର୍ବରୁ କନ୍ଧମାଳକୁ ନବୀନଙ୍କ ଭେଟି ; ୪ଟି ନୂଆ ପ୍ରକଳ୍ପର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

10/02/2019 at 5:16 PM

କନ୍ଧମାଳ ୧୦|୨:  ନିର୍ବାଚନ ପୂର୍ବରୁ କନ୍ଧମାଳକୁ ନବୀନଙ୍କ ଭେଟି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ଲାଗି ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି । ସାଲୁଙ୍କି ନଦୀ ଉପରେ ନଦୀପଦର ଠାରେ ୧୫ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ହେବ । ବାଲିଗୁଡ଼ାର ଖମାରୀଖୋଲରୁ ଗୁଡ଼ିମାସ୍କା ରାସ୍ତାର ଉନ୍ନତୀକରଣ ଲାଗି ୮ କୋଟି ଟଙ୍କା ଖର୍ଚ୍ଚ ହେବ । ରାଇକିଆରୁ ମାଣିକେଶ୍ବର ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା । ସେହିଭଳି ବାଲିକୁଦା ଏନଏସିରେ ପାଇପ୍ ପାଣି ପ୍ରକଳ୍ପର ମଧ୍ୟ ଘୋଷଣା କରିଛନ୍ତି ନବୀନ । ଏଥିଲାଗି ୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ଏକ ଯୁବ ସମାବେଶର ଆୟୋଜନ କରାଯାଇଥିଲା ।  କନ୍ଧମାଳ ସମେତ ଗଂଜାମ, ଗଜପତି, ବୌଦ୍ଧ, ନୟାଗଡ ଆଦି ୫ଟି ଜିଲ୍ଲାର ୩୦ ହଜାରରୁ ଅଧିକ ବିଜୁ ଯୁବ ବାହିନୀର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ୫ ଜିଲ୍ଲାର ଉନ୍ନତି ଲାଗି ୨୫୦ କୋଟିର ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ ।

   Related Posts