ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ବଡଚଣାରେ ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

Published By : Prameya-News7 Bureau | March 02, 2019 IST

ଯାଜପୁର ୨|୩ : ଯାଜପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡଚଣାରେ ୧୦୯ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ନବୀନ । ଏହା ସହ ପ୍ରାୟ ୫୦ କୋଟିର ପ୍ରକଳ୍ପ ମଧ୍ୟ ଶିଳାନ୍ୟାସ କରିଛନ୍ତି । ବଡଚଣା-ବାଲିଚନ୍ଦ୍ରପୁର ରାସ୍ତାର ବଡଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍ ସେତୁ, ସୁକଦେଈପୁର-ଡିହକରଣ୍ଡା ରାସ୍ତାରେ ସାନଗେଙ୍ଗୁଟି ନଦୀ ଉପରେ ହାଇଲେଭଲ ସେତୁ, ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠଠାରେ ୧୦୦ ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲ୍, ବଡଚଣା ସ୍ବାଧୀନତା ସଂଗ୍ରାମୀ ସ୍ମୃତିସ୍ତମ୍ଭ ଓ ଚଣ୍ଡିଖୋଲଠାରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଆଦି ପ୍ରାୟ ୧୦୯ କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।

{"id":90010}

ଏହା ବ୍ୟତୀତ ବନ୍ଦାଳୋ-ଏଣ୍ଡରପଡା ରାସ୍ତାର ଉନ୍ନତିକରଣ, ଲଳିତଗିରି-ଉଦୟଗିରି-ରତ୍ନଗିରି ରାସ୍ତାର ଉନ୍ନତିକରଣ, ସାନଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା ପ୍ରକଳ୍ପ, ବାଲିଚନ୍ଦ୍ରପୁର ଗ୍ରିଡ୍ ସବଷ୍ଟେସନ୍‌, ଭୁବନପୁର-ଜଗନ୍ନାଥପୁର ରାସ୍ତା ସାନଗେଙ୍ଗୁଟି ନଦୀ ହାଇଲେଭଲ୍ ସେତୁ ଆଦି ୪୩ କୋଟି ୪୯ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

{"id":90012}

ବଡଚଣାଠାରେ ଆୟୋଜିତ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଉନ୍ନତି ପାଇଁ ହୋଇଛି କାଳିଆ ଯୋଜନା । କାଳିଆ ଯୋଜନା ଦେଶକୁ ବାଟ ଦେଖାଇଛି । ରାଜ୍ୟର ଜଣେ ବି ଚାଷୀ କାଳିଆ ଯୋଜନାକୁ ବାଦ ପଡିବେ ନାହିଁ । ଚାଷୀ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ହୋଇଛି । ଚାଷୀ, ମହିଳା ଓ ଯୁବ ସମାଜ ଓଡିଶାର ପରିଚୟ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.