ବ୍ରହ୍ମପୁରରେ ଜାନିବିଲି ବୃହତ୍ତ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | March 03, 2019 IST

ବ୍ରହ୍ମପୁର ୩|୩ : ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୧୬ କୋଟି ଟଙ୍କାର ୮ଟି ପ୍ରକଳ୍ପ ଶୁଭ ଉଦଘାଟନ କରିଥିବା ବେଳେ ୧୮ କୋଟିର ୧୬ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।  ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ ଜାନିବିଲି-ବ୍ରହ୍ମପୁର ବୃହତ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ସହରାଞ୍ଚଳର ୩ ଲକ୍ଷ ୭୦ ହଜାର ଓ ଗ୍ରାମାଞ୍ଚଳର ପ୍ରାୟ ଦେଢ ଲକ୍ଷ ଲୋକେ ଉପକୃତ ହେବେ ।

ଦିନ ୧୧ଟା ରେ ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହାପରେ ଖୋର୍ଦ୍ଧାଠାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗ ଦେଇଛନ୍ତି ନବୀନ। ଏଥିସହିତ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୫ ହଜାର ଟଙ୍କାର ସିଡ ମନି ଏବଂ ୩ ହଜାର ଟଙ୍କା ଡିଜିଟାଲ ସଶକ୍ତି କରଣ ସହାୟତା ଘୋଷଣା କରିଛନ୍ତି। ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସଦସ୍ୟମାନେ ଏହି ସମାବେଶରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.