Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଗୋପାଳପୁର ବନ୍ଦରର ନୂତନ ବର୍ଥର କଲେ ଲୋକାର୍ପଣ

28/02/2019 at 3:54 PM

ଗଞ୍ଜାମ ୨୮|୨: ଆଜି ଗଞ୍ଜାମ ଜିଲ୍ଲା ଜିଲ୍ଲାର ଗୋପାଳପୁର, ଶେରଗଡ଼ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ୨ହଜାର କୋଟି ଟଙ୍କା ବିନିଯୋଗରେ ବାର୍ଷିକ ପଣ୍ୟ କାରବାର କ୍ଷମତା ୨୦ ମିଲିୟନ ମେଟ୍ରିକ ଟନ୍ ଏବଂ ୮ହଜାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ୩ଗୋଟି ବର୍ଥର ଲୋକର୍ପଣ କରିଛନ୍ତି । ଏହା ପରେ ଶେରଗଡ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିଥିଲେ ନବୀନ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ନବୀନ ପଟ୍ଟନାୟକ । ଶେରଗଡରେ ୧୭୨କୋଟି ଟଙ୍କାର ହରଭଙ୍ଗା ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ଓ ସଂପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

   Related Posts